ରାଉରକେଲା:2//26,(ଉତ୍କଳ ସମାଚାର) ସେକ୍ଟର ୧୯ ଥାନା ପକ୍ଷରୁ ଆମ ପୁଲିସ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଆବାହକତ୍ୱ ଓ ଆମ ପୁଲିସର ବରିଷ୍ଠ ସଦସ୍ୟ ଡ ସୁମନ ଦତ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଏସପି ଯୋଗେଶ୍ୱର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତଙ୍କ ମଧ୍ୟରେ ସମନ୍ବୟ, ଭାଇଚାରା ଓ ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ସହ କୈ।ଣସି ସ୍ଥାନରେ ଅଘଟଣ,ଅସୁବିଧା ତଥା କିଛି ସନ୍ଦିଗ୍ଧ କାର୍ଯ୍ୟକଳାପ ବା ବ୍ୟକ୍ତିଙ୍କୁ ଦେଖିଲେ ପୁଲିସ୍ କୁ ସୂଚନା ଦେବା,ବିଟ୍ ଅଫିସର ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଥାନା ପ୍ରଭାରୀ ଶ୍ରୀ ସାହୁ ପୁଲିସ ଉପରେ ଭରସା, ବିଶ୍ବାସ ଓ ସମନ୍ବୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ କର୍ମକର୍ତ୍ତାଙ୍କ ତରଫରୁ ରାତି ୧୦ ଟା ବେଳକୁ ଆଇଜିଏଚ ପାଖରେ ପେଟ୍ରୋଲିଂ, ବିଭିନ୍ନ ଫିଟନେସ ପାର୍କର ଅସାମାଜିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀ ପଣ୍ଡା ଓ ଶ୍ରୀ ସାହୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ସଦସ୍ୟ ଡ ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆମ ପୁଲିସର ପ୍ରତିବଦ୍ଧତା ସମ୍ପର୍କରେ, ନିହାର ରଞ୍ଜନ ଦାସ, ସଂଗ୍ରାମ କେଶରୀ ଭୁୟାଁ, ଗଣେଶ ଜୟସିଂହ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସେକ୍ଟର ୭ ଥାନା ପ୍ରଭାରୀ ରବିନ୍ଦ୍ରନାଥ ସାହୁ ମଞ୍ଚାସୀନ ଥିଲାବେଳେ ଶେଷରେ ବରିଷ୍ଠ ସଦସ୍ୟ ତଥା କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ଣୁଚରଣ ନାୟକ, ସୁବାସ ଗୁପ୍ତା, ଅମୂଲ୍ୟ କୁମାର ରାଉତ, ଗୋକୁଳ ମହାପାତ୍ର, ନାରାୟଣ ସିଂ, ବାମଦେବ ବଳ, ରଞ୍ଜନ ରାଉତ, ରମେଶ ରାୟ, ରଞ୍ଜିତ ଚୈ।ଧୁରୀ, ଥାନା ପକ୍ଷରୁ ଏସଆଇ ରାଜେଶ ବେହେରା, ଏଏସଆଇ ମନୋରଞ୍ଜନ ପରିଡା, ସୁରେଶ ଦାସ, ସ୍ନେହଲତା ମିଶ୍ର, ସେବତୀ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଥାନା ପକ୍ଷରୁ ଓ ଡ ଦତ୍ତ ନବବର୍ଷର ଶୁଭ କାମନା ଜଣାଇଥିଲେ।

