ରାଉରକେଲା:2//26,(ଉତ୍କଳ ସମାଚାର) ସମାଜସେବୀ ତଥା ଶିକ୍ଷାବିତ ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୂଆବର୍ଷରେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୈ।ତିକ ଶିଶୁ ସେବାଶ୍ରମ ଠାରେ ସାମାଜିକ କାର୍ଯ୍ୟକ୍ରମ କରି ନିଜର ସାମାଜିକ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେ ଏହି ଅବସରରେ ଜୀବନର ମୂଲ୍ୟବୋଧ, ଶିକ୍ଷା, ସ୍ବାସ୍ଥ୍ୟ, ଆତ୍ମରକ୍ଷା କୌଶଳ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସେ ଆଶ୍ରମର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହିଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ଜାରି ରଖିବେ ବୋଲି ସୁଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

