ରାଉରକେଲା:2//26,(ଉତ୍କଳ ସମାଚାର) ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ପୁରାତନ ବର୍ଷ 2025କୁ ବିଦାୟ ଜଣାଇ ନୂଆବର୍ଷ 2026 କୁ ସ୍ୱାଗତ କରିବା ସହ ଆସନ୍ତା ମକର ସଂକ୍ରାନ୍ତିର ଅଭିନନ୍ଦନ ଜ୍ଞାପନ କରିଛନ୍ତି l ଆସୋସିଏସନର ବରିଷ୍ଠ ଉପସଭାପତି ପୂର୍ଣଚନ୍ଦ୍ର ମିଶ୍ରଙ୍କ ବାସଭବନରେ ବର୍ଷର ପ୍ରଥମ ଦିନରେ ଏକ ଅଧିବେଶନର ଆୟୋଜନ କରାଯାଇଥିଲା, ଏଥିରେ ପଇଁତିରିଶରୁ ଅଧିକ ସଭ୍ୟ ଯୋଗ ଦେଇଥିଲେ l ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ମକର ସଂକ୍ରାନ୍ତିର ଅଭିନନ୍ଦନ ଜ୍ଞାପନ କରିଥିଲେ l କଲଚୁରାଲ ଏକାଡେମୀର ସଭାପତି ପଶୁପତି ନାଥ ଚାଟାର୍ଜି ନିମନ୍ତ୍ରିତ ଅତିଥି ହିସାବରେ ଯୋଗ ଦେଇ ଅବସର ପାରେ ନିଜନିଜର ସଂଚିତ ଅର୍ଥର ସୁବିନିଯୋଗ ଓ ସ୍ୱଚ୍ଛଳତା ପ୍ରତି ସୁନଜର ରଖିବା ସହ ଅନ୍ୟତମ ନିମନ୍ତ୍ରିତ ଅତିଥି ଭଞ୍ଜ କଲଚୁରାଲ ଟ୍ରଷ୍ଟର ସାଧାରଣ ସମ୍ପାଦକ ରାଧାକୃଷ୍ଣ ମହାପାତ୍ର ସାମାଜିକ କାର୍ଯ୍ୟକ୍ରମରେ ନିଜନିଜକୁ ନିୟୋଜିତ ରଖିବା ପାଇଁ ସଭ୍ୟ ମାନଙ୍କୁ ଅନୁରୋଧ କରିଥିଲେ l ବରିଷ୍ଠ ସଦସ୍ୟ ଦିଲ୍ଲୀପ ପୁରୋହିତ ଆସୋସିଏସନର ରେଜିଷ୍ଟ୍ରସନ ପାଇଁ ପଦକ୍ଷେପ ନେବାକୁ ମୋହନପାଣି କାରୁଆଙ୍କୁ ଅନୁରୋଧ କରିଥିଲେ ଯାହା ଫଳରେ ଆଗାମୀ ଦିନରେ ସରକାରୀ ଅନୁଦାନ ମିଳିବାରେ ସୁବିଧା ହେବ l ଏହି ଉପଲକ୍ଷେ ମୁଖ୍ୟଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ଶଙ୍କର ତ୍ରିପାଠୀ କେକ କାଟିବା ସହ ଆସୋସିଏସନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ l ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ପୂର୍ଣଚନ୍ଦ୍ର ମିଶ୍ର ସମସ୍ତ ସଭ୍ୟ ମାନେ ନିଜନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଆଗାମୀ ଦିନରେ ଆସୋସିଏସନର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ l ଶେଷରେ ବରିଷ୍ଠ ଉପ ସଭାପତି ଯଦୁମଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ପରେ କେକ ଓ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା l ଅଧିବେଶନରେ ସିରିଲ କେରକେଟା, କିଶୋର କୁମାର ମହାକୁଡ଼, ପ୍ରମୋଦ କୁମାର ବେହେରା, ଅଲେଖ ଚନ୍ଦ୍ର ସେଠୀ,ଶ୍ରୀନିବାସ ଦାସ, କୀର୍ତ୍ତନ ସାମଲ, ବ୍ରହ୍ମାନନ୍ଦ ମହାନ୍ତି,ପଞ୍ଚାନନ ବିଶ୍ୱାଳ,ଶରତ ରାଉତରାୟ, ଅଶୋକ କୁମାର ମହାନ୍ତି,ରୁଦ୍ର ନାରାୟଣ ଦାସ, ପିତାମ୍ବର କୁଅଁର, ସୁବାସ ବିଶ୍ୱାଳ, ମନୋରଞ୍ଜନ ଦାସ,ମଦନ ମୋହନ ନାୟକ ଆଦି ଉପସ୍ଥିତ ଥିଲେ l

