କେନ୍ଦୁଝର :4//1,(ଉତ୍କଳ ସମାଚାର)କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟି ବରିଷ୍ଠ ସଦସ୍ୟ ତଥା ଜିଲ୍ଲାକାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର (ପଞ୍ଚା)ଙ୍କ ପତ୍ନୀ ଙ୍କ ହୃଦଘାତ ରେ ଚିକିତ୍ସାଧୀନ ଅବସ୍ଥା ରେ ପରଲୋକ ହୋଇଯାଇଛି, ଶନିବାର ରାତିରେ ଅଚାନକ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ସେଠାରେ ଡାକ୍ତର ଙ୍କ ଅକ୍ଲାନ୍ତ ଚେଷ୍ଟା ବିଫଳ ହୋଇଥିଲା ଓ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ପରଲୋକ ହୋଇଥିଲା. ଖବରପାଇ ଶହ ଶହ ସଂଖ୍ୟାରେ ଦଳୀୟ ନେତା, କର୍ମୀ ଓ ସମସ୍ତ ବର୍ଗ ର ଲୋକେ ତାଙ୍କ ବାସଭବନ ରେ ପହଂଚି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ, ଆଜି ଶବ କୁ ଏକ ବିରାଟ ଶୋଭାଯାତ୍ରାସହର ପରିକ୍ରମା କରାଯାଇ ସ୍ଥାନୀୟ ଢାଙ୍ଗଡ଼ ପଡ଼ା ଆଦର୍ଶ ସ୍ମଶାନ ରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରାଯାଇଥିଲା, ସ୍ୱାମୀ ଙ୍କ ପଦାଙ୍କ ଅନୁସରଣ କରି ସେମଧ୍ୟ ସମାଜ ସେବାରେ ନିଜର ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିପାରଥିଲେ

