କେନ୍ଦୁଝର:5//1,(ଉତ୍କଳ ସମାଚାର)ଶିକ୍ଷକ ଭବନ ସଭା ଗୃହରେ ସୋମବାର ଅବସରପ୍ରାପ୍ତ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ସଂଘ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସମସ୍ତଙ୍କୁ ସ୍ଵାଗତ ଜଣାଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକର ନିଷ୍ପତ୍ତି ଅନ୍ବ ଅନୁଯାୟୀ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ଯ ଅନୁଷ୍ଠାନ ପକ୍ଷରୁ ଅଗଷ୍ଟ ୨୦୨୪ରୁ ଡିସେମ୍ବର ୨୦୨୫ ମଧ୍ୟରେ ଅବସରଗ୍ରହଣ କରିଥିବା ୨୦୦ରୁ ଉର୍ଦ୍ଧ୍ଵ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ଚଳିତମାସ ୧୮ ତାରିଖ ପୂର୍ବାହ୍ନ ୧୦ଟାରେ ମଣ୍ଡୁଆସ୍ଥିତ ଜିଲା ସଂସ୍କୃତି ଭବନ ଠାରେ ସମୂର୍ଦ୍ଧିତ କରାଯିବ। ଧାର୍ଯ୍ୟ ଦିବସ ଓ ସମୟରେ ଅଗଷ୍ଟ ୨୦୨୪ ରୁ ଡିସେମ୍ବର ୨୦୨୫ ମଧ୍ୟରେ ଅବସରଗ୍ରହଣ କରିଥିବା ଜିଲ୍ଲାର ସମସ୍ତ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଓଷ୍ଟା କେନ୍ଦୁଝର ସଭାପତି ମନ୍ମଥ କୁମାର ମହାନ୍ତ ଓ କାର୍ଯ୍ୟକାରୀ ସଭାପତି ସୁଧାକର ପଣ୍ଡାଙ୍କ ସମେତ ସଂଘ ସଦସ୍ୟ ସ୍ୱପ୍ନା ସାହୁ, ଦିଗାମ୍ବର ଗିରି, ସୁଶୀଲ କୁମାର ନାୟକ, ରବି ନାରାୟଣ ସାହୁ, ଗୌରହରି ଗିରି, ଭାଗିରଥି ଗିରି, କାଶୀନାଥ ମହାନ୍ତ, ବାଙ୍କ ବିହାରୀ ମହାନ୍ତ, ବଳରାମ ରାଉତ, ପ୍ରସନ୍ନ ପରିଡା, ନଳୀନିଚନ୍ଦ୍ର ଘଣା, ବାବୁଲାଲ ପ୍ରଧାନ, ବୈଲୋଚନ ସାହୁ, କ୍ଷୀରୋଦ କୁମାର ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଶେଷର ଅନୁଷ୍ଠାନର କୋଷାଧ୍ଯକ୍ଷ ମଦନ ମୋହନ ଦ୍ଵିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

