କେନ୍ଦୁଝର -୬/୧(ଉତ୍କଳ ସମାଚାର): କେନ୍ଦୁଝର ମାଟିର ନେତା ତଥା ଓଡ଼ିଶା ର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନକୁ ଆଜି ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲ୍ଲା ପକ୍ଷରୁ ଅଭିନବ ଢଙ୍ଗ ରେ ପାଳନ କରାଯାଇଛି। ଜିଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଆଜିର ଦିନକୁ କେନ୍ଦୁଝରର ଭାଜପା କର୍ମୀ ମାନେ ସେବା ଦିବସ ଭାବରେ ପାଳନ କରିଛନ୍ତି। ଏ ଅବସରରେ ଆଜି ଜିଲା ବିଜେପି କାର୍ଯ୍ୟାଳୟରେ ଏବଂ ଯୋଡ଼ା ଠାରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଭାସୀ ମାଧ୍ୟମରେ ଯୋଡି ହୋଇ ଜିଲ୍ଲାର ରକ୍ତବୀର ଏବଂ ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇକହିଛନ୍ତି ଯେ କେନ୍ଦୁଝର ମାଟି ସର୍ବଦା ସେବା ପାଇଁ ସମର୍ପିତ , ଏହାର ସମର୍ପଣଭାବ ଯୁଗ ଯୁଗ ଦବ୍ଯାପୀ ଜାଜୁଲ୍ୟମାନ । ଜିଲ୍ଲାର କଅଣ ଅନୁକୋଣ ରୁ ରକ୍ତଦାନ ଶିବିରକୁ ଆସିଥିବା ରକ୍ତଦାତା ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏବଂ ତେଲକୋଇ ବିଧାୟକ ଡା. ଫକୀରମୋହନ ନାଏକ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ହରିହର ମହାନ୍ତ ଏବଂ ବରୋଦା ସାହୁ,ଜିଲ୍ଲା ସମ୍ପାଦକ ବିଶ୍ୱଜିତ୍ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ପୌର ଅଧ୍ୟକ୍ଷା ନିକୁସାହୁ ତଥା ଜିଲ୍ଲା ନେତୃବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସୂଚାରୁରୂପେ ସଂଚାଳନ କରିଥିଲେ ଏବଂ ରକ୍ତଦାତା ମାନଙ୍କୁ ପ୍ରେରିତ କରିଥିଲେ । ଜିଲ୍ଲା ବାସୀ ଙ୍କ ଦ୍ବାରା ଦାନ କରାଯାଇଥିବା ରକ୍ତ ରେଡକ୍ରସ ରକ୍ତକେନ୍ଦ୍ର କଟକ କୁ ୨୫୦ ୟୁନିଟ ,କରଞ୍ଜିଆ ରକ୍ତକେନ୍ଦ୍ର କୁ ୧୦୩ ୟୁନିଟ ଅନନ୍ଦପୁର ରକ୍ତକେନ୍ଦ୍ର କୁ ୧୬୦ ୟୁନିଟ ,ଚମ୍ପୁଆ ରକ୍ତକେନ୍ଦ୍ର କୁ ୫୦ ୟୁନିଟ କେନ୍ଦୁଝର ଜିଲ୍ଲା ରକ୍ତକେନ୍ଦ୍ର କୁ ୪୪୦ ୟୁନିଟ ରକ୍ତ ମାନବକଲ୍ୟାଣ ନିମନ୍ତେ ପ୍ରେରଣ କରାଯାଇଥିଲା , ଡାକ୍ତର ଏମଏମ ମାରାଣ୍ଡି ,ଧରଣୀଧର ମେଡ଼ିକାଲ କଲେଜ ନର୍ସିଂ ଛାତ୍ରୀ , ରକ୍ତକେନ୍ଦ୍ର କର୍ମଚାରୀ ମାନେ ରକ୍ତଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ,ଏତଦବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରିବ ଲୋକଙ୍କୁ ଥଣ୍ଡା ପ୍ରକୋପରୁ ଉପଶମ ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା

