ରାଉରକେଲା, ୧୦/୦୧(ଉତ୍କଳ ସମାଚାର): ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା । ଜରୁରୀ ଅବତରଣ ବେଳେ କଂସର ଅଚଂଳରେ ବିମାନ କ୍ରାସ୍ । ପାଇଲଟଙ୍କ ସହ ୬ ଗୁରୁତର । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୁଲିସ ପହଙ୍ଖଶସଛି । ସୂଚନାନୁଯାୟୀ, ଦକ୍ଷିଣ ରାଉରକେଲାର କଂସର ଅଚଂଳରେ ଶନିବାର ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇଯାଇଛି । ଫଳରେ ବିମାନଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଉଛି । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ହେତୁ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି । ଭଗବାନଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇନାହିଁ । ଯାତ୍ରୀମାନଙ୍କ ଅବସ୍ଥା ଭଲ ଅଛି । ମୁଁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି । ଘଟଣାସ୍ଥଳରେ ରାଉରକେଲା ଏସପି ପହଚିଂଛନ୍ତି ।

