ରାଉରକେଲା:13//1,(ଉତ୍କଳ ସମାଚାର) ଶାକାହାରୀ ରଙ୍ଗଣି ସମାଜ କଲ୍ୟାଣ ସମିତି ଟ୍ରଷ୍ଟ ରାଉରକେଲା ର ୩୪ତମ ବାର୍ଷିକୋତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ହନୁମାନ ବାଟିକା ଠାରେ ସମାରୋହ ପାଳନ ହୋଇଯାଇଛି ।ଭାସ୍କର ଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲାବେଳେ, ସମ୍ପାଦକ ଦୟାନିଧି ସାହୁ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ କୁମାରୀ ସସ୍ମିତା ସାହୁ ଓ ସୁଜାତା ସାହୁ । ଏହି ଅବସରରେ ସମାଜର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମାନପତ୍ର ପ୍ରଦନପୂର୍ବକ ସମ୍ମାନିତ କରାଯାଇଥିଲା। ସମାଜର ପାରମ୍ପରିକ ସଂସ୍କୃତି ଅନୁସାରେ ବରିଷ୍ଟ ସଦସ୍ୟ ଓ ସଦସ୍ୟା ହରି ସେନାପତି ଓ ସୁନା ସାହୁଙ୍କୁଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଛୋଟ ଛୋଟ ପିଲାମାନଙ୍କୁ ନେଇ କୈ।ତୁକ ପୋଷାକ,ନୃତ୍ୟ,ଚିତା ପ୍ରତିଯୋଗିତା ଏବଂ ମ୍ୟୁଜିକାଲ ଚେୟାର ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ବେଳେ ଶେଷରେ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

