ରାଉରକେଲା :19//1,(ଉତ୍କଳ ସମାଚାର)ସୁନ୍ଦରଡଗଡ ଜିଲ୍ଲା ଲେଖକ ସାମ୍ମୁଖ୍ଯ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ଯରେ ମାସିକ ସାହିତ୍ଯ ଆସର ଛେଣ୍ଡ ସ୍ଥିତ ପାଠାଗାର ପରିସରରେ ଅନୁଷ୍ଠିତ ହୋଇ ଯାଇଛି | ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ସାହିତ୍ଯିକ ଗଗନ ବିହାରୀ ଧଳ ମୁଖ୍ଯବକ୍ତା ଭାବେ ଯୋଗଦାନ କରି ସାହିତ୍ଯରେ ବାସ୍ତବବାଦୀ ଚେତନା ଶୀର୍ଷକରେ ଆଲୋଚନା କରିବାକୁ ଯାଇ କହିଲେ ସାଧାରଣ ଲୋକଙ୍କ ବାସ୍ତବ ସ୍ପନ୍ଦନକୁ ବୁଝି ତାକୁ କାଗଜ କଲମରେ ଚିତ୍ରିତ କରିବାକୁ ବାସ୍ତବବାଦୀ ସାହିତ୍ଯ କୁହାଯାଏ | ସେ ଫକିର ମୋହନଙ୍କ ଗଳ୍ପ ଉପନ୍ଯାସ ଠାରୁ ଆରମ୍ଭ କରି ସରଳାଦେବୀଙ୍କ ବାସନ୍ତୀ ଉପନ୍ଯାସ,ଭଗବତୀ ପାଣିଗ୍ରାହୀଙ୍କ ଶୀକାର ଗଳ୍ପ,ଗୋପିନଥ ମହାନ୍ତିଙ୍କ ପରଜା ଉପନ୍ଯାସ,ସଚ୍ଚି ରାଉତରାୟ,ଅନନ୍ତ ପଟ୍ଟନାୟକ ପ୍ରଭୁତିଙ୍କ ଗଳ୍ପ ଉପନ୍ଯାସରେ ବାସ୍ତବବାଦୀ ଚେତନାର ରୁପରେଖ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ସେ ଆହୁରି ମଧ୍ଯ ରାଉରକେଲାର କବି ରାଜୀବ ପାଣି ,ପରେଶ ବିଶ୍ବାଳ, କୁଞ୍ଜବିହାରୀ ରାଉତ,ସୁଶାନ୍ତ ନାୟକଙ୍କ କବିତାରେ ଥିବା ବାସ୍ତବତାର ଚିତ୍ରର ଉଦାହରଣ ଦେଇଥିଲେ । ମୁଖ୍ଯ ଅତିଥି ଭାବେ ସହରର ବରିଷ୍ଟ କବି ବଳରାମ ରାଉଳ ଅଭିଭାଷଣରେ କହିଲେ ସାହିତ୍ଯ ଆମ ଚେତନାର ମୂଳ ଉତ୍ସ ଓ ସଂଘର୍ଷ ହିିଁ ଜୀବନର ବାସ୍ତବତା । ପ୍ରତ୍ଯେକ କବି ବା ଲେଖକଙ୍କର ନିଜସ୍ବ ଚେତନା ଓ ଦ୍ରୁଷ୍ଟିଭଙ୍ଗୀ ରହିଛି , ତାହାହିଁ ଆଜିର ସାହିଁତ୍ଯକୁ ରୁଦ୍ଧିମନ୍ତ କରିଛି । ପ୍ରାରମ୍ଭରେ କବି ସୁଶାନ୍ତ କୁମାର ନାୟକ ସଂପାଦ କଥନ ସହ ସ୍ବାଗତ ଅଭିଭାଷଣ ରଖିଥିଲେ। କବୀ ଅର୍ଚ୍ଚନା ପାତ୍ର ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଗାଳ୍ପିକ ଅଜୟ କୁମାର ମହାନ୍ତି ଗଳ୍ପ ପାଠ କରିଥିଲେ । ଦ୍ବିତୀୟ ପର୍ଯ୍ଯାୟରେ କବୀ ଗୀତାରାଣୀ ବେହେରା ଓ ସବିତା ପରିଡାଙ୍କ ସଂଯୋଜନାରେ କବି ପରେଶ ବିଶ୍ବାଳ,ମୀନକେତନ ପଶାୟତ,ବ୍ରଜେନ୍ଦ୍ର ଦାଶ,ଉପେନ୍ଦ୍ର ବସ୍ତିଆ ,ଦିବାକର ଦାଶ,ପ୍ରତାପ ପଣ୍ଡା,ନିକୁଞ୍ଜ ବିହାରୀ ଦାଶ, ବଳରାମ ଦାଶ,ଦେବେନ୍ଦ୍ର ବଳ, ପ୍ରତାପ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲାବେଳେ ପ୍ରଫୁଲ୍ଲ ସାମଲ,ସୂର୍ଯ୍ଯମଣି ପଣ୍ଡା,ଦେବବ୍ରତ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପାଠାଗାରର କାର୍ଯ୍ଯକାରୀ ସଭାପତି ବ୍ରଜ କିଶୋର ପାଣି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

