ପାପଡାହାଣ୍ଡି -21:1:26-(ଉତ୍କଳ ସମାଚାର)ପାପଡାହାଣ୍ଡି ଦଳେଇଗୁଡ଼ା ସ୍ଥିତ ବାଳିକା ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଠାରେ ପାପଡାହାଣ୍ଡି ବ୍ଲକ ସ୍ତରୀୟ ରାଷ୍ଟ୍ରଗୀତ” ବନ୍ଦେ ମାତାରମ୍” ର 150 ତମ ବାର୍ଷିକୀ ଉତ୍ସବ ପାଳନ ହୋଇଯାଇଛି, ଏହି ଉତ୍ସବ ପାଳନ ର ମୁଖ୍ୟ ଉଦେଶ୍ୟ ଘରେ ଘରେ ସ୍ବଦେଶୀ, ପ୍ରତି ଘରେ ସ୍ବଦେଶୀ ଶହ ଆତ୍ମନିର୍ଭର ଭାରତ ଗଠନ କରିବା, ସ୍ବଦେଶୀ ବସ୍ତୁ ବା ଉତ୍ପାଦ କୁ ଆପଣାଇବା, ଭାରତ ମାତାଙ୍କ ର ସେବା ଏବଂ ସମ୍ମାନ କରିବା,ଏହି ଅବସରରେ ଉପସ୍ଥିତ ସମସ୍ତଙ୍କ ଦ୍ୱାରା ସ୍ବଦେଶୀ ସଂକପ୍ପ ପତ୍ର ପାଠ ସହିତ ପ୍ରସିଦ୍ଧ ମହାନ ବଙ୍ଗଳା କବି ବଂକିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ରାଷ୍ଟ୍ରଗୀତ ବନ୍ଦେ ମାତାରମ ର ପୂର୍ଣ୍ଣ ଆବୃତ୍ତି କରାଯାଇଥିଲା, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାତୀ ବେହେରାଙ୍କ ପୌରହିତ ରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଲିଙ୍ଗରାଜ ଭତରା, ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ,ବିଡିଓ କପିଳଦେବ ସାହୁ, ଡବ୍ଲୁଇଓ ଦେବବ୍ରତ ପରିଡା, ଏବିଇଓ ବାଳକଦାସ ରନ୍ଧାରୀ,ଥାନା ଏଏସଆଇ ଶବର ସାର, ସେମଳା ସିଆରସିସି ବାବୁଲାଲ ସାଗର,ହରିମୋହନ ଶର୍ମା, ଜିପିଓ ଅକ୍ଷୟ ପଟ୍ଟନାୟକ, ତ୍ରିନାଥ ଅମନାତ୍ୟ, ଜିତେନ୍ଦ୍ର ଗୌଡ଼, ଚୈତନ ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଅନୁପ୍ରଭା ନିଆଲ,ଅସମଣୀ ହେମ୍ରାମ,ନେତ୍ରାଞ୍ଜଳି ବାହୁକ, ଅଭି ପାଣିଗ୍ରାହୀ, ଜୟନ୍ତୀ ବେହେରା, ରଶ୍ମିରଂଜିତା ନାୟକ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ,ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ, ସଂଗୀତ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ରେ ସବଜୁନିଅର, ଜୁନିଅର,ସିନିଅର ରେ ପ୍ରଥମ ହୋଇଥିବା ମୋଟ 12 ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ବ୍ଲକ ବିପିସି ଶସିକାନ୍ତ ଦାସ ପରିଚାଳନା କରିଥିଲେ l

