ରାଉରକେଲା: ୨୨.୦୧:(ଉତ୍କଳ ସମାଚାର) ସହରର ପ୍ଲାଣ୍ଟସାଇଟ୍ ଥାନା ପୋଲିସ ଏକ ବଡ଼ ଅପରାଧିକ ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି। ପ୍ଲାଣ୍ଟସାଇଟ୍ ଥାନା କେସ୍ ନମ୍ବର ୮୦ (ତାରିଖ: ୨୨.୦୧.୨୦୨୬), ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୦(୪)/୩୧୦(୫) ଏବଂ ଆର୍ମସ ଆକ୍ଟର ଧାରା ୨୫(୧-ଏ) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ୫ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି।୨୧/୨୨ ଜାନୁଆରୀ ୨୦୨୬ ମଧ୍ୟରାତ୍ରି। ଏସଆଇ ଏସ. ପ୍ରଧାନ ଏବଂ ତାଙ୍କ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଳୱେ କଲୋନୀ ସ୍ଥିତ ବଡ଼ ପାର୍କରେ ଚଢ଼ାଉ କରିଥିଲେ।ଅଭିଯୁକ୍ତମାନେ ଏକ ନିଛାଟିଆ ସ୍ଥାନରେ ଏକାଠି ହୋଇ ପଥଚାରୀ, ଆଖପାଖର ଘର, ଦୋକାନ ଏବଂ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିଲେ।ଗିରଫ ଅଭିଯୁକ୍ତ:୧. ମୋମୋ ମାଝୀ (ନୟାବଜାର)୨. ଆଶୁତୋଷ ରଥ ଓରଫ ସିବୁ (ଟିମ୍ବର କଲୋନୀ)୩. ଜତିନ ରାୟ (ଗୋପବନ୍ଧୁ ପାଲି)୪. କରନ କେରକେଟା (ଗୋପବନ୍ଧୁ ପାଲି)୫. ନିରଞ୍ଜନ ଠାକୁର (ଗୋପବନ୍ଧୁ ପାଲି)ଜବତ ସାମଗ୍ରୀ:ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଭୁଜାଲି ଏବଂ ଦୁଇଟି ଲୁହା ରଡ୍ ଜବତ କରିଛି।ତଦନ୍ତରୁ ଜଣାପଡ଼ିଛି ଯେ, ଏହି ସମସ୍ତ ଅଭିଯୁକ୍ତ ଅଭ୍ୟାସଗତ ଅପରାଧୀ। ସେମାନଙ୍କ ନାମରେ ପ୍ଲାଣ୍ଟସାଇଟ୍, ସେକ୍ଟର-୦୩, ସେକ୍ଟର-୦୭, ଝିରପାଣି, ଟିକାୟତପାଲି ଏବଂ ରାଉରକେଲା ଜିଆରପି ଥାନାରେ ଚୋରି, ଲୁଟ୍, ଡକାୟତି ଓ ଆର୍ମସ ଆକ୍ଟ ଭଳି ଅନେକ ସଙ୍ଗୀନ ମାମଲା ରହିଛି।ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପ୍ଲାଣ୍ଟସାଇଟ୍ ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହରରେ ଅପରାଧ ନିୟନ୍ତ୍ରଣ ଦିଗରେ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି।

