ଉମରକୋଟ :୨୨/୦୧/୨୬. ନରସିଂବାଘ(ଉତ୍କଳ ସମାଚାର)ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବିଜୁ ପଟ୍ଟନାୟକ ଷ୍ଟାଡିୟମ ସ୍ଥିତ କ୍ରୀଡା ବିବାହ ଅଧୀନ ଖେଳପଡିଆରେ ନବରଙ୍ଗପୁର ଜିଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ନବରଙ୍ଗପୁର ଜିଲା ର ସମସ୍ତ ବିଦ୍ୟାଳୟର ହାରାହାରି ୧୭୦୦ ଉର୍ଦ୍ଧ ପ୍ରତିଯୋଗୀଙ୍କୁ ନେଇ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଉତ୍ସାହ -୨୦୨୬ ଅନୁଷ୍ଠିତ ହୋଇଯାଇଛି |ଏହି କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ,ବିଜେପି ରାଜ୍ୟ ଉପସଭାପତି ରମେଶ ସାହୁ, ସାଂସଦ ପ୍ରତିନିଧି ରାମ ନାୟକ,ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଉମରକୋଟ ପଂଚାୟତ ସମିତି ଅଧ୍ୟକ୍ଷା ସୁଶୀଳା ମାଝୀ,ଉମରକୋଟ ପୌର ପାଳିକା ଅଧ୍ୟକ୍ଷା ରାଧା ଭତ୍ରା,ଅତିରିକ୍ତ ଶ୍ରମ ଅଧିକାରୀ ମାନସ ରଞ୍ଜନ ଖୋସଲା,ଜିଲାମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ପ୍ରମୁଖ ଯୋଗ ଦେଇ ସମସ୍ତ କ୍ରୀଡ଼ା ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନେ ,୬୦୦ମିଟର ଦୌଡ, ୧୦୦ମିଟର ଦୌଡ୮୦୦ ମିଟରଦୌଡ଼, ୧୫୦୦ମିଟରଦୌଡ, ୪୦୦ମିଟରଦୌଡ଼, ୨୦୦ମିଟର ଦୌଡ଼,ଲମ୍ବଡିଆଁ, ଉଚ୍ଚଡିଆଁ, ସଟଫୁଟ, ଡିସ୍କକ, ବନ୍ଧୁତ ପୂର୍ଣ୍ଣ କ୍ରିକେଟ ଖେଳ, ଫୁଟବଲ,ଆଦି ଖେଳରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଭାପତିତ୍ୱ ରାଜୀବ କୁମାର ସାହୁ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଅଧିକାରୀ ପରିଚାଳନା କରିଥିବା ବେଳେ, ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳିଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଏହି କାର୍ଯ୍ୟକ୍ରମଟି ସୁଶୃଙ୍ଖଳିତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ
