କେନ୍ଦୁଝର, ୨୨/୦୧:(ଉତ୍କଳ ସମାଚାର)ସରକାରୀ ମହିଳା ମହାବିଦ୍ୟାଳୟରେ ୧୬ତମ ରାଷ୍ଟ୍ରୀୟ ମତଦାତା ଦିବସ ଗୁରୁବାର ପାଳନ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ଲଲିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର୍ ଡକ୍ଟର ଚିତ୍ତରଞ୍ଜନ ସାହୁ, ରସାୟନ ବିଜ୍ଞାନ ମୁଖ୍ୟ ଡକ୍ଟର ବିଷ୍ଣୁ ଚରଣ ଦାସ, ଅର୍ଥନୀତି ବିଭାଗ ମୁଖ୍ୟା ଗୀତାଞ୍ଜଳି ନାୟକ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଦେବାନନ୍ଦ ମଲ୍ଲିକ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା, ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ । ଗଣତାନ୍ତ୍ରିକ ରାଷ୍ଟ୍ରର ପାରମ୍ପରିକ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସହ ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ ପ୍ରଫେସର୍ ସାହୁ । ମତଦାତା ଦିବସର ଉଦ୍ଦେଶ୍ୟ, ଲକ୍ଷ୍ୟ, କାହିଁକି ଓ କେବେଠାରୁ ପାଳନ କରାଯାଉଛି ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜର ମତଦାନକୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦାନ କରିବା ସହ ନିର୍ଭୀକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଗୋଷ୍ଠୀ ନିର୍ବି ଶେଷରେ ଅଥବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ଵାରା ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ସ୍ୱତସ୍ପୃତ ଭାବରେ ନିଜ ମତାଧିକାରକୁ ସାବ୍ୟସ୍ତ କରନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଜଣେ ବ୍ୟକ୍ତି ନିଜର ସୁଚିନ୍ତିତ ମତାମତ ସଠିକ୍ ଜାଗାରେ ପ୍ରଦାନ କଲେ ଗୋଟିଏ ଉତ୍ତମ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ ବୋଲି ଡକ୍ଟର ଦାସ କହିଥିଲେ। ଯୁବ ମତଦାତାଙ୍କୁ ଅଧିକରୁ ଅଧିକ ସକ୍ରୀୟଭାବେ ଅଂଶଗ୍ରହଣ କରି ସ୍ୱଚ୍ଛତାରକ୍ଷା କରି ନିଜ ମତକୁ ସାବ୍ୟସ୍ତ କରିବାପାଇଁ ଡକ୍ଟର ସାହୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ନାଗରିକ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଶ୍ରୀମତୀ ନାୟକ ପରାମର୍ଶ ଦେଇଥିଲେ । ପରିଶେଷରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଓ କର୍ମଚାରୀ ଗଣ ନିଜର ମତଦାନ ଅଧିକାରକୁ ସଠିକ୍ ଭାବେ ସାବ୍ୟସ୍ତ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ । ଶେଷରେ ସମସ୍ତେ ସରକାରଙ୍କ ପ୍ରଦତ୍ତ ‘ ମତଦାତାଙ୍କ ସଂକଳ୍ପ ‘ ଅନୁଯାୟୀ ଶପଥ ଗ୍ରହଣ କରିଥିଲେକେନ୍ଦୁଝର, ୨୨/୦୧ସରକାରୀ ମହିଳା ମହାବିଦ୍ୟାଳୟରେ ୧୬ତମ ରାଷ୍ଟ୍ରୀୟ ମତଦାତା ଦିବସ ଗୁରୁବାର ପାଳନ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ଲଲିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର୍ ଡକ୍ଟର ଚିତ୍ତରଞ୍ଜନ ସାହୁ, ରସାୟନ ବିଜ୍ଞାନ ମୁଖ୍ୟ ଡକ୍ଟର ବିଷ୍ଣୁ ଚରଣ ଦାସ, ଅର୍ଥନୀତି ବିଭାଗ ମୁଖ୍ୟା ଗୀତାଞ୍ଜଳି ନାୟକ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଦେବାନନ୍ଦ ମଲ୍ଲିକ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା, ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ । ଗଣତାନ୍ତ୍ରିକ ରାଷ୍ଟ୍ରର ପାରମ୍ପରିକ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସହ ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ ପ୍ରଫେସର୍ ସାହୁ । ମତଦାତା ଦିବସର ଉଦ୍ଦେଶ୍ୟ, ଲକ୍ଷ୍ୟ, କାହିଁକି ଓ କେବେଠାରୁ ପାଳନ କରାଯାଉଛି ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜର ମତଦାନକୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦାନ କରିବା ସହ ନିର୍ଭୀକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଗୋଷ୍ଠୀ ନିର୍ବି ଶେଷରେ ଅଥବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ଵାରା ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ସ୍ୱତସ୍ପୃତ ଭାବରେ ନିଜ ମତାଧିକାରକୁ ସାବ୍ୟସ୍ତ କରନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଜଣେ ବ୍ୟକ୍ତି ନିଜର ସୁଚିନ୍ତିତ ମତାମତ ସଠିକ୍ ଜାଗାରେ ପ୍ରଦାନ କଲେ ଗୋଟିଏ ଉତ୍ତମ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ ବୋଲି ଡକ୍ଟର ଦାସ କହିଥିଲେ। ଯୁବ ମତଦାତାଙ୍କୁ ଅଧିକରୁ ଅଧିକ ସକ୍ରୀୟଭାବେ ଅଂଶଗ୍ରହଣ କରି ସ୍ୱଚ୍ଛତାରକ୍ଷା କରି ନିଜ ମତକୁ ସାବ୍ୟସ୍ତ କରିବାପାଇଁ ଡକ୍ଟର ସାହୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ନାଗରିକ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଶ୍ରୀମତୀ ନାୟକ ପରାମର୍ଶ ଦେଇଥିଲେ । ପରିଶେଷରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଓ କର୍ମଚାରୀ ଗଣ ନିଜର ମତଦାନ ଅଧିକାରକୁ ସଠିକ୍ ଭାବେ ସାବ୍ୟସ୍ତ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ । ଶେଷରେ ସମସ୍ତେ ସରକାରଙ୍କ ପ୍ରଦତ୍ତ ‘ ମତଦାତାଙ୍କ ସଂକଳ୍ପ ‘ ଅନୁଯାୟୀ ଶପଥ ଗ୍ରହଣ କରିଥିଲେ

