ରାଉରକେଲା,୨୩/୧(ଉତ୍କଳ ସମାଚାର): ଧର୍ମପ୍ରାଣ ମହିଳା ଏବଂ ‘ଉତ୍କଳ ସମାଚାର’ର ସାମ୍ବାଦିକ ବିଜୟ କୁମାର ଘଡ଼ାଇଙ୍କ ମା’ ସ୍ୱର୍ଗୀୟ ଭାନୁ ଘଡ଼ାଇ (୭୯)ଙ୍କ ପରଲୋକ ଘଟିଛି । ସେ ବହୁ ଦିନରୁ ଅସୁସ୍ଥ ଥିଲେ । ତାଙ୍କ ଚିକିତ୍ସା ହାଇଟେକ୍ ମେଡ଼ିକାଲ କଲେଜ ରେ ହେଉଥିଲେ । ଆଜି ତାଙ୍କର ଅନ୍ତିମ ଯାତ୍ରା ବାସଭବନ ବାସନ୍ତୀ କଲୋନୀରୁ ବାହାରି ବେଦବ୍ୟାସ ତ୍ରିବେଣୀ ସଂଗମକୁ ଯାଇଥିଲା । ତ୍ରିବେଣୀ ସଂଗମରେ ଅନ୍ତିମ ସଂସ୍କାର ହୋଇଥିଲା । ମୁଖାଗ୍ନି ତାଙ୍କ ପୁଅ ସଂଜୟ କୁମାର ଘଡ଼ାଇ ଦେଇଥିଲେ । ସ୍ୱର୍ଗୀୟ ଭାନୁମତିଙ୍କ ୨ ପୁଅ, ୧ ଝିଅ ରହିଛନ୍ତି ।

