ରାଉରକେଲା ୨୭/୧,(ଉତ୍କଳ ସମାଚାର) ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ରାଉରକେଲା ସରକାରୀ ଚିକିତ୍ସାଳୟରେ ସମାଜସେବୀ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଜାତୀୟ ଦିବସ ପାଳନ କିମଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନାଃ ଦସ୍ତଗୀର ଓ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଯୋଗଦେଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ସମସ୍ତ ରୋଗୀଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ଅବସରରେ, ଡାକ୍ତଖାନାର ଅଧୀକ୍ଷକ ତଥା ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ଆନନ୍ଦ ଗୋପାଳ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା, ଡାକ୍ତଖାନାର ସହ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ, ବରିଷ୍ଠ ଡାକ୍ତର ସୁଧାରାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନଙ୍କ ପୂର୍ଣ୍ଣ ସହଯୋଗରେ ଫଳ ବଂଟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିଥିମାନେ ରୋଗୀଙ୍କୁ ଫଳ ବଣ୍ଟନ ଏକ ମହତ କାର୍ଯ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଡାକ୍ତରଖାନାର ମ୍ୟାନେଜର ପ୍ରାଣତୋଷ ମଣ୍ଡଳ, ସାମ୍ବାଦିକ ବସନ୍ତ କୁମାର ଜେନା, ସମାଜସେବୀ ସବିତା ଖାତୁନ, ଚିନ୍ତା ସାହୁ, ପ୍ରତିମା ଦାସ, ଯୁବ ସଂଗଠକ ଅବିନାଶ ପୁହାଣ, ହିମାଂଶୁ ପ୍ରଜାପତି, ଅମୀୟ ମହାରାଣା, ଅନିରୁଦ୍ଧ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

