ରାଉରକେଲା:29//1,(ଉତ୍କଳ ସମାଚାର) ଆମେ ଆପଣଙ୍କ ସେବାରେ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ସାମାଜିକ ଅନୁଷ୍ଠାନ ଉଇ ଫର୍ ୟୁ ୟୁଥ୍ କ୍ଳବ୍ ର ଚତୁର୍ଥ ବାର୍ଷିକୋତ୍ସବ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାର୍କ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି କୈଳାଶ ବେହେରାଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ବାରିକ ଙ୍କ ଆବାହକତ୍ବ ଓ ପ୍ରବୀର କୁମାର ଜେନା ତଥା ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ସ୍ବତନ୍ତ୍ର ଅତିଥି ଭାବେ ଗୁରୁ ଶରତ ଚନ୍ଦ୍ର ଧଳ, ସମ୍ମାନିତ ଅତିଥି ଭାବେ ସମାଜସେବୀ, ଶ୍ରମିକନେତା ରମେଶ ଚନ୍ଦ୍ର ସେଠୀ ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ଓ ଅନ୍ୟ ଅତିଥି ମାନେ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମତ ରଖିଥିଲେ। ସୂଚନାଯୋଗ୍ୟ ଯେ ବିଭିନ୍ନ ଭୋଜିଭାତରେ ବଳକା ଖାଦ୍ୟ କୁ ଆବଶ୍ୟକ କରୁଥିବା ସାଧାରଣ ଲୋକଙ୍କ ମଧ୍ୟରେ ବଣ୍ଟନ, ରକ୍ତଦାନ ଶିବିର, ନିରାଶ୍ରୟ ଲୋକଙ୍କୁ କମ୍ବଳ ବଣ୍ଟନ, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ କରାଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ସମାଜସେବୀ ରମେଶ ଅଗ୍ରୱାଲଙ୍କୁ ସେବାରତ୍ନ ସମ୍ମାନ, ଛେଣ୍ଡ ଥାନାର ଏସଆଇ ମହେନ୍ଦ୍ର କୁମାର ସାହୁଙ୍କୁ ଆଦର୍ଶ ସେବାରତ୍ନ ସମ୍ମାନ, ଶ୍ରୀ ସତ୍ୟସାଇ ସେବା ସମିତି ରାଉରକେଲା କୁ ମାନବସେବା ରତ୍ନ ସମ୍ମାନ,ସାଗରିକା ୱେଲଫେୟାର ଟ୍ରଷ୍ଟ କୁ ମହିଳା ସେବାରତ୍ନ ସମ୍ମାନ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ପାଇଁ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକ ଏକ ୱାଗନର ପ୍ରଦାନ କରିଥିବାରୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ମାନସ ରଞ୍ଜନ ପରିଡ଼ା, ରାହୁଲ ପଲେଇ, ବିଶ୍ବଜିତ ଘୋଷ, ଆଶୁତୋଷ ବିଶ୍ବାଳ, ପ୍ରଶାନ୍ତ ସାହୁ, ପ୍ରେମ ରଞ୍ଜନ ପରିଡ଼ା,ଦେବୀକା ମିଶ୍ର, ବିଭୁ ଦତ୍ତ ରାଉତ,ବାଦଲ ଦାସ, ଦିପ୍ତିରଞ୍ଜନ ବାରିକ, ପ୍ରଦୀପ କୁମାର ବାରିକ, ଉପଦେଷ୍ଟା ଗିରିଜା ଶଙ୍କର ଗୋସ୍ବାମୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

