ରାଉରକେଲା ୨୯/୧, ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ଚତୁର୍ଥ ବାର୍ଷିକ ଉତ୍ସବ ବୁଧବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ଅଧିକ୍ଷକ ଋଷିନାଥ ନାୟକ ଅଧ୍ଯକ୍ଷତା କରିଥିଲା ବେଳେ ମୁଖ୍ଯ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବରେ ସୁନ୍ଦରଗଡ଼ ଡିସିପିଓ ଶ୍ରୀବନ୍ତ କୁମାର ଜେନା, ସମ୍ମାନୀତ ଅତିଥି ଭାବରେ ପିଏମଜେଜେବି ସଭ୍ଯା ଶ୍ରୀମତୀ ବବିତା ମହାପାତ୍ର, ସିଡବ୍ଲ୍ୟୁସି ସଭ୍ଯ ବାଳମୁକୁନ୍ଦ ଶୁକ୍ଳା, ସମାଜସେବୀ ଦିଲୁ ମହାନ୍ତି, ଜେଲର୍ ରତିକାନ୍ତ ଶୁକ୍ଳା, ଡାକ୍ତର ଅନନ୍ତ ପାଣ୍ଡେ, ବାଳସୁଧାର ଗୃହର ପ୍ରକାଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଅଧିକ୍ଷକ ଏମ୍ ଭି ବାତ୍ସଲ୍ୟ ମୋନାଲିସା ପରିଜା ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଜିଲିରାଣୀ ପ୍ରଧାନ ଓ ରବିନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲା ବେଳେ ଶେଷରେ ଶ୍ରଦ୍ଧାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଭାଧାରୀ ଅନ୍ତେବାସୀଙ୍କୁ ପୁରସ୍କୃତ କରାଯାଇଥିଲା। ୨୦୨୪-୨୫ ଶିକ୍ଷା ବର୍ଷରେ ୧୦ମ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ତେବାସୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସାଇ ମ୍ଯୁଜିକାଲ ଫାଉଣ୍ଡେସନର ସଭାପତି, ସମ୍ପାଦକ ଓ ଅନ୍ଯାନ୍ଯ ସଭ୍ଯସଭ୍ଯାମାନଙ୍କ ସହଭାଗିତାରେ ପୁରସ୍କାର ବିତରଣ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟ କେନ୍ଦ୍ର ଦ୍ବାରା ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ସୁସ୍ବାଦୁ ଭୋଜନ ପରିବେଷଣ କରାଯାଇଥିଲା।
ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ଦ୍ବାରା ବାର୍ଷିକୋତ୍ସବ ସଫଳ ହୋଇଥିଲା। ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ଶିକ୍ଷୟିତ୍ରୀ ଜୟନ୍ତୀ ତ୍ରୀପାଠୀ, ସାଗରିକା ପାତ୍ର, ସୁଜନାମତୀ ଏକ୍କା, ଅଭିଷେକ ବାଗ୍, ପ୍ରକାଶ କୁମାର ଧୂପାଳ, ସତ୍ଯପ୍ରକାଶ ଦାସ, ବିନୋଦ ବାରିକ, ଶୁଭ୍ରଜିତ୍ ସାହୁ, ବିଷ୍ଣୁ ସାହୁ, ଆରତୀ ମୁନୀ, ସୁଶାନ୍ତ ଗଣ, ଜଗଦୀପ ଲାକ୍ରା, ପ୍ରମିଳା ଦଳେଇ, ସୁଶିତ ନାୟକ, ଶ୍ରୀଚନ୍ଦନ, ସୌଦାମିନୀ ରାଉତ ପ୍ରମୁଖ ସହଯୋଗ କରିଥିଲେ।

