ରାଉରକେଲା ତା 2//2.,(ଉତ୍କଳ ସମାଚାର)ସାମ୍ୟବାଦୀ ଚେତନା ର ଭଗୀରଥ, ଓଡିଶାରେ କମୁନିଷ୍ଟ ପାର୍ଟି ର ପ୍ରଥମ ସମ୍ପାଦକ,ମାର୍କ୍ସବାଦୀ ସାହିତ୍ୟ ର ଆଦ୍ୟ ପ୍ରବର୍ତ୍ତକ,କମ୍ୟୁନିଷ୍ଟ ଇସ୍ତାହାର ର ପ୍ରଥମ ଓଡ଼ିଆ ଅନୁବାଦକ,’କମ୍ୟୁନିଷ୍ଟ ଇଣ୍ଟେରନ୍ୟାସନାଲ’ ର ଆନ୍ତର୍ଜାତୀୟ ସଙ୍ଗୀତ ର ଓଡ଼ିଆ ଭାଷାନ୍ତର କରିଥିବା ଯୁଗସ୍ରଷ୍ଟା ମହାନ ବିପ୍ଲବୀ, ସ୍ଵାଧୀନତା ସଂଗ୍ରାମୀ ଭଗବତୀ ପାଣିଗ୍ରାହୀଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଆଜି ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଶକ୍ତି ନଗର ସ୍ଥିତ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା ବକ୍ତବ୍ୟ ରଖି କହିଥିଲେ ଯେ ଭଗବତୀ ଙ୍କ ” ତ୍ୟାଗ, ସଙ୍ଘର୍ଷ ଏବଂ ସାଧନା” ର ଅମ୍ଲାନ ସ୍ମୃତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି କହିଥିଲେ।l”ତ୍ୟାଗ ଏବଂ ସଂଗ୍ରାମ” ଏବଂ “ତତ୍ତ୍ଵ ଓ ପ୍ରୟୋଗ” ର ଅନନ୍ୟ ଉଦାହରଣ କମ୍ରେଡ ଭଗବତୀ ପାଣିଗ୍ରାହୀଙ୍କୁ ରକ୍ତିମ ସଲାମ ଜଣାଉଛୁ lଆଜିର ଦିନରେ ୧୯୦୮ ମସିହାରେ ଭଗବତୀ ଅବିଭକ୍ତ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୩୪ ବର୍ଷ ବୟସରେ ୨୩ ଅକ୍ଟୋବର ୧୯୪୩ ରେ ମୃତ୍ୟୁ ବରଣ କରିଥିଲେ।ତାଙ୍କର କାଳଜୟୀ କବିତା “ଉଠ ଜାଗ ଭୋକି, ବନ୍ଦୀ ତୋଳ ତୋର ଲାଲ ତଲୱାର ମୁକତି ପାଗଳ ମଜଦୂର ଚୂର୍ ଅନଶନ ଅତ୍ୟାଚାର” ନବଯୁଗ ସାହିତ୍ୟ ସଂସଦ ର ପ୍ରଥମ ଅଧିବେଶନ ପାଇଁ ଭଗବତୀଙ୍କ ସହଯୋଦ୍ଧା କବି ଅନନ୍ତ ଟ୍ଟନାୟକ ଙ୍କ କାଳଜୟୀ ରଚନା । ” ନବୀନ ଯୁଗର ତରୁଣ ଜାଗରେ – ଜାଗ ବନ୍ଧନ ହରା” ବକ୍ଷେ ଶୋଣିତେ ଲକ୍ଷେ ଜୀବନ ଖେଳାଅ ଆଲୋକ ଧାରା” ଛିନ୍ନ କରରେ ବନ୍ଧନ ରାଜି, କ୍ରନ୍ଦନ ହେଉ ଶେଷ ଲୁପ୍ତ ହେଉରେ ଜାତି – ଉପଜାତି, ଖଣ୍ଡିତ ଶତ ଦେଶ ମହମାନବର ଶଙ୍ଖ ଶବଦେ ଶମୁରେ ଦୁଃଖ ଜ୍ଵାଳା “ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଐତିହାସିକ ବିବର୍ତ୍ତନ ରେ ଶଙ୍ଖ ବାଦକ ନୂତନତାର; ମତାଦର୍ଶବିକାଶ କ୍ଷେତ୍ର ରେ ଆବାହକ। ସମାଜବାଦୀ ଚିନ୍ତା ଏବଂ ଚେତନା ରେ ଜାତୀୟବାଦୀ ଭାବରେ ଆକୃଷ୍ଠ ବିପ୍ଳବୀ। ପୃଥିବୀର ସୁବିଶାଳ ଶ୍ରମଜୀବୀ ଜନସମଷ୍ଟି ର ଅଂଶ ବିଶେଷ – ଓଡିଶା କାହିଁକି ଭାରତ ର ଶ୍ରମିକ, କୃଷକ, ବୁଦ୍ଧିଜିବୀ ଜନସାଧାରଣ – ବିଶ୍ଵର ଦଳିତ ଜନସାଧାରଣଙ୍କ ମୁକ୍ତି ରେ ହିଁ ସମଗ୍ର ଭାରତର, ଏଣୁ ଓଡ଼ିଶାର ରାଜନୈତିକ ଅର୍ଥନୈତିକ ପରାଧୀନତା ରୁ ମୁକ୍ତି -ଏହାର ବାର୍ତ୍ତାବହ ଥିଲେ ସେ। ବୈଜ୍ଞାନିକ ସାମ୍ୟବାଦ ର ଆଦର୍ଶ ଓ କଳ୍ପନା କୁ ବିପ୍ଳବାତ୍ମକ ରୀତି ରେ ବାସ୍ତବାୟିତ କରିବାରେ ପ୍ରଥମ ଅଗ୍ରଗାମୀ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତା ଭାବରେ ଓଡ଼ିଶାର ଇତିହାସ କୁ ପ୍ରସାରିତ କରିଥିଲେ ସେ ବିଶ୍ଵ ଇତିହାସ ର ମହାନ୍ ପରିସରକୁ। ତାଙ୍କ ପୁର୍ବରୁ ଓଡ଼ିଶାରେ କୌଣସି ନେତା ବିଶ୍ବ ଦୃଷ୍ଟିଭଙ୍ଗୀ ସହ ମୁକ୍ତି ସଂଗ୍ରାମ ରେ ଦେଶ ଦେଶ ମଧ୍ଯରେ ସଂଯୋଗ ବିଧାନ ପ୍ରତି ଆଗ୍ରହ କି ଉଦଯୋଗୀ ନଥିଲେ, ଏହା ନିର୍ବିବାଦରେ କୁହାଯାଇପାରେ ବୋଲି ମୁଖ୍ୟ ବକ୍ତା ଶ୍ରୀ ବେହେରା କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ,ତାଜମୁନ ନେହାର, ରାଉରକେଲା ଆଂଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ଭାଗିରଥି ଟୁଡୁ, ବିଶ୍ଵଜିତ ମାଝୀ, ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ଆଂଚଳିକ କମିଟି ସଦସ୍ୟ ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ବାସୁଦେବ ସାହୁ,ବୁବୁନ ମାଇତି, ପ୍ରମୋଦ ପରିଡ଼ା, ପ୍ରଦୀପ ଗୈଡ, ଅନିଲ୍ ଭୋଳ,ରାଜୀବ ବସନ୍ତ ରାୟ ପ୍ରମୁଖ ଉପସ୍ଥିତ ରହି ଭଗବତୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ଜଣାଇଥିଲେ।

