ରାଉରକେଲା:2//2,(ଉତ୍କଳ ସମାଚାର) ରାଉରକେଲା ସହରରୁ ଗତ କିଛିବର୍ଷ ଧରି ପ୍ରକାଶିତ ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପତ୍ରିକାର ସମ୍ପାଦକ ମନୋଜ କୁମାର ନନ୍ଦଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଅବସରରେ ରାଉରକେଲା ସହରର ୨୦ଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ସହିତ ଓଡ଼ିଆ କବିତା ଓ ଗଳ୍ପ ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର କୃତିତ୍ବ ପ୍ରଦର୍ଶନ କରିଥିଲେ। ଗଳ୍ପ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷୟିତ୍ରୀ ତଥା ଲେଖିକା ବିଜୟିନୀ ଜେନା , କବିତା ପ୍ରତିଯୋଗିତାକୁ ବରିଷ୍ଠ ଲେଖିକା ସବିତା ବସ୍ତିଆ ଏବଂ ଚିତ୍ରାଙ୍କନକୁ ଶିକ୍ଷୟିତ୍ରୀ ତଥା କବୀ ଗୀତାରାଣୀ ବେହେରା ପରିଚାଳନା କରିଥିଲେ। ଏହି ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ରଶ୍ମିପ୍ରଭା ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

