ନବରଙ୍ଗପୁର:3//2,:(ଉତ୍କଳ ସମାଚାର)ଆଜି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ନବରଙ୍ଗପୂର ପ୍ରକାଶ କୁମାର ମିଶ୍ର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୩୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୧ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧ ଟି ଅଭିଯୋଗ ସମାଧାନ ତତକ୍ଷଣାତ କରାଯାଇଥିଲା। ମୁଖ୍ୟତଃ ଭତ୍ତା,ଜମିପଟ୍ଟା,ବିଦ୍ୟୁତ୍, ସ୍ଵାସ୍ଥ୍ୟ,ଶ୍ରମ, ଲକ୍ଷ୍ମୀ ବସ ଚଳାଚଳ,ଆବାସ ଉପରେ ବିଶେଷ ଅଭିଯୋଗ ପଞ୍ଜିକରଣ ହୋଇଥିଲା।

