ନବରଙ୍ଗପୁର ତା ୩.୨.୨୦୨୬:(ଉତ୍କଳ ସମାଚାର) ଗତକାଲି ତା ୨.୨.୨୦୨୬ ସନ୍ଧ୍ୟା ୫.୩୦ ମୀ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସମ୍ପୂର୍ଣ୍ଣତା ଅଭିଯାନ ୨ .୦ ଶୁଭା ରମ୍ଭ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ୫ ଟି ପ୍ରମୁଖ ସୂଚକ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ୬ ଟି ସୂଚକର ପରିପୂର୍ଣତା ହାସଲ କରିବା ପାଇଁ ଏକ ବ୍ୟାପକ ଏବଂ ସମୟସୀମାବଦ୍ଧ କାର୍ଯ୍ୟ ଯୋଜନା ଚୂଡ଼ାନ୍ତ କରାଯାଇଥିଲା।ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ବ୍ଲକସ୍ତରୀୟ ଶୁଭାରମ୍ଭ ୪.୨.୨୦୨୬ରିଖରେ ଡାବୁଗାଁ ବ୍ଲକରେ ଏବଂ ୫.୨.୨୦୨୬ ରିଖ ରେ ତେନ୍ତୁଳିଖୁଣ୍ଟି ବ୍ଲକରେ ଅନୁଷ୍ଠିତ ହେବ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ୬ ଫେବୃଆରୀ ୨୦୨୬ ରେ ମିଶନ ଶକ୍ତି ସମ୍ମିଳନୀ ହଲ ନବରଙ୍ଗପୁରରେ ସ୍ଥିର କରାଯାଇଛି।ଆକାନ୍କ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟ, ପୁଷ୍ଟିସାର, ଶିକ୍ଷା,କୃଷି ଏବଂ ଆନୁଷଙ୍ଗିକ ସୂଚକାଙ୍କ ଉପରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସକାଳ ୮.୦୦ ଘ ରେ ଏକ ପ୍ରଭାତ ଫେରି (ସଚେତନତା ରାଲି) ଆୟୋଜନ କରାଯିବ। ଏହା ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରୁ ଆରମ୍ଭ ହୋଇ ସହିଦ ମହମ୍ମଦ ବାଜି ପ୍ରତିମୂର୍ତ୍ତିରେ ଶେଷ ହେବ। ମିଶନ ଶକ୍ତି ସମ୍ମିଳନୀ ଗୃହରେ ଶୁଭାରମ୍ଭ କାର୍ଯ୍ୟକ୍ରମ ସମୟରେ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସଚେତନତା କରିବା ପାଇଁ ପୋଷଣ, ସ୍ୱାସ୍ଥ୍ୟ ଏବଂ ପଶୁଚିକିତ୍ସା ବିଭାଗ ଦ୍ୱାରା ପାଞ୍ଚଟି ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯିବ।ସେଭଳି ୭ ରୁ ୨୦ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲା ସାରା ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସହିତ, ୬ ଫେବୃଆରୀ ୨୦୨୬ ଠାରୁ ନବରଙ୍ଗପୁର ଜିଲ୍ଲାର ସମସ୍ତ ୧୦ ଟି ବ୍ଲକରେ ଏକ ସଚେତନତା ରଥ ପରିକ୍ରମା କରିବ, ଯାହା ଲୋକଙ୍କ ସହଭାଗିତା ଏବଂ ସମାଜିକ ଅଂଶଗ୍ରହଣକୁ ସୁଦୃଢ଼ କରିବ।ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ପରିପୂର୍ଣ୍ଣତା ସୂଚକ ଯଥାକ୍ରମେ ଜନ୍ମ ସମୟରେ ସମସ୍ତ ଜୀବିତ ଶିଶୁଙ୍କ ଓଜନ ସୁନିଶ୍ଚିତ କରିବା , ଯକ୍ଷ୍ମା ରୋଗ ନିରାକରଣ ଉପରେ ବିଶେଷ ପଦକ୍ଷେପ, ଅଙ୍ଗନୱାଡି କେନ୍ଦ୍ର / ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗତ ଏକ ମାସରେ ଅତି କମରେ ଗୋଟିଏ ଗ୍ରାମ ସ୍ୱାସ୍ଥ୍ୟ ପରିମଳ ଏବଂ ପୁଷ୍ଟିକର ଦିବସ / ସହର ସ୍ୱାସ୍ଥ୍ୟ ପରିମଳ ଏବଂ ପୁଷ୍ଟିକର ଦିବସ ଆୟୋଜନ କରିବା , ଶତପ୍ରତିଶତ ପଶୁମାନଙ୍କର ଟିକାକରଣ , ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକ୍ଷମ ବାଳିକା ଶୌଚାଳୟ ସୁନିଶ୍ଚିତ କରିବା ।ସେଭଳି ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ପରିପୂର୍ଣ୍ଣତା ସୂଚକ ସମସ୍ତ (6 ମାସରୁ 6 ବର୍ଷ) ଶିଶୁମାନଙ୍କୁ ନିୟମିତ ଭାବରେ ପରିପୂରକ ପୁଷ୍ଟିକର ଖାଦ୍ୟ ଗ୍ରହଣ, ରିପୋର୍ଟିଂ ମାସ ମଧ୍ୟରେ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା ପିଲାମାନଙ୍କର ଓଜନ ମାପ ,ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ କାର୍ଯ୍ୟକ୍ଷମ ଶୌଚାଳୟ ସୁନିଶ୍ଚିତ କରିବା, ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ ସୁବିଧା ଉପଲବ୍ଧ କରିବା , ଶତପ୍ରତିଶତ ମଇଁଷି ଜାତୀୟ ପଶୁମାନଙ୍କର ଟିକାକରଣ ଏବଂ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକ୍ଷମ ବାଳିକା ଶୌଚାଳୟ ସୁନିଶ୍ଚିତ କରିବା । ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଏହି ସୂଚକମାନଂକ ର ୧୦୦ ପ୍ରତିଶତ ପରିପୂର୍ଣତା ହାସଲ ନିଜ ସ୍ତରରେ ଦାୟିତ୍ଵ ନେଇ ୧୪ ଏପ୍ରିଲ ୨୦୨୬ ସୁଦ୍ଧା ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ୍, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ମଳୟ ତ୍ରିପାଠୀ, ଊପନିର୍ଦେଶକ, ଯୋଜନା ପର୍ଯ୍ୟବେକ୍ଷଣ ବିଭାଗ ଐଶର୍ଯ୍ୟ ଭଞ୍ଜ , ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରପୌଦୀ କହଁର ଏବଂ ପ୍ରୋଗ୍ରାମ ମ୍ୟାନେଜର, ପିରାମଲ ଫାଉଣ୍ଡେସନ ବିକ୍ରମ ରଣା ପ୍ରମୁଖ ଉପସ୍ଥିତ ଥିଲେ |

