ରାଉରକେଲା ୯/୨(ଉତ୍କଳ ସମାଚାର):: ୟୁଜିଆଇଇ ପୂର୍ବତନ ଛାତ୍ର ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଟେକ ଫିଉଜନ ୨୦୨୬ ମହାସମାରୋହ ପାଳିତ

ଗତକାଲି ରାଉରକେଲାର ୟୁଜିଆଇଇ ପରିସରରେ ୟୁଜିଆଇଇ ପୂର୍ବତନ ଛାତ୍ର ସଂଘର ଚତୁର୍ଥ ବାର୍ଷିକ ଟେକ ଫିଉଜନ ୨୦୨୬ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଛାତ୍ର ସଂଘର ପ୍ରଚେଷ୍ଟାରେ ପ୍ରତିଷ୍ଠିତ ୟୁଜିଆଇଇ ର ମୁଖ୍ୟ ଗେଟ୍ “ଜ୍ଞାନ ଦ୍ୱାର”କୁ ମାନ୍ୟବର ଜନଜାତି କାର୍ଯ୍ୟମନ୍ତ୍ରୀ ତଥା ୟୁଜିଆଇଇ ର ପୂର୍ବତନ ଛାତ୍ର ଇଂ ଜୁଏଲ ଓରାମ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ।
ପୂର୍ବତନ ଛାତ୍ର ସଂଘର କାର୍ଯ୍ୟକାରି ସଭାପତି ଇଂ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର DIC ଇଂ ଆଲୋକ ବର୍ମା ଯୋଗଦେଇଥିଲେ।
ଏହି ଅବସରରେ ପୁରାତନ ଛାତ୍ର ତଥା ପୂର୍ବତନ ମନ୍ତ୍ରୀ ଇଂ ବିଶ୍ବେଶ୍ୱର ଟୁଡୁ, ରାଉରକେଲାର ମାନ୍ୟବର ବିଧାୟକ ଇଂ ସାରଦା ପ୍ରସାଦ ନାୟକ, ୟୁଜିଆଇଇ ର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ମୁଦୁଲି, ପୂର୍ବତନ ଅଧ୍ୟକ୍ଷ ଶ୍ରୀମତୀ ପ୍ରଗତୀ ଦାସ ଏବଂ ଶ୍ରୀ ପି.ସି. ରଥ ମଞ୍ଚାସୀନ ଥିଲେ।
ପୂର୍ବତନ ଛାତ୍ର ସଂଘର ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ୟୁଜିଆଇଇ ର ଗରିମା ବୃଦ୍ଧି କରିଥିବା ପୁରାତନ ଛାତ୍ର ଡଃ ସମୀର ଆଚାର୍ଯ୍ୟ, ଡଃ ଯତୀନ୍ଦ୍ର ନାୟକ, ଇଂ ଗୁରୁପ୍ରସାଦ ଦାସ, ଇଂ ଧିରେନ କୁମାର ନାଥ, ଇଂ ପ୍ରଶାନ୍ତ କୁମାର ବେହେରା, ଇଂ ପୁରୁଷୋତ୍ତମ ସେଠୀ, ଆଇଇଏସ ଓ ଇଂ ଉମାଶଙ୍କର ପଣ୍ଡା ସାଇନ୍ତିଷ୍ଟ ବାର୍କ ଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସମସ୍ତ ଅତିଥିଙ୍କୁ ମଧ୍ୟ ପୂର୍ବତନ ଛାତ୍ର ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ପୂର୍ବତନ ଛାତ୍ର ସଂଘର ଉପସଭାପତି ଇଂ ପ୍ରତାପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ୟୁଜିଆଇଇ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ନୃତ୍ୟ ଓ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ, ସେମାନଙ୍କୁ ପୂର୍ବତନ ଛାତ୍ର ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଦ୍ୱିତୀୟ ଅଧିବେଶନରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଜୀବନସାଥୀ ମାନଙ୍କୁ ନେଇ ବିଭିନ୍ନ କୁଇଜ୍, ଖେଳ, ଓ ସଂଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହାକୁ ଶ୍ରୀମତୀ ସ୍ମିତା ମିଶ୍ର ପରିଚାଳନା କରିଥିଲେ।
ଶେଷ ଅଧିବେଶନରେ ସଂଘର ବାର୍ଷିକ ପତ୍ରିକା (Souvenir) ଉନ୍ମୋଚନ କରାଯାଇଥିଲା। ଏଥିସହିତ ରାଉରକେଲାର ସଫଳ ଉଦ୍ୟୋଗୀ ସର୍ବଶ୍ରୀ ତାପସ ଆଚାର୍ଯ୍ୟ, ସୁନିଲ କାୟଲ, ଇଂ. ମନୋଜ ରାଉତରାୟ ଏବଂ ପୂର୍ବତନ ଛାତ୍ର ତଥା ପୂର୍ବତନ ଅଧ୍ୟକ୍ଷ ଇଂ ଚକ୍ରଧର ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୟୁଜିଆଇଇ ଟ୍ୟାଲେଣ୍ଟ ହଣ୍ଟ ବିଜେତା ଓ ବିଭିନ୍ନ ବିଭାଗର ବ୍ରାଞ୍ଚ ଟପ୍ପର ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସେହିପରି ଆଲୁମିନି ଆଶ୍ସୋସିଏସନ କୁ ସଦା ସର୍ବଦା ସାହାଯ୍ୟ କରିଆସୁଥିବା କିଛି ଆଲୁମିନୀ ମାନଙ୍କୁ ବେଷ୍ଟ ମୋଟୀଭେଟର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ ଉପସଭାପତି ଇଂ ବୈଲୋଚନ ସାମିଲ ଧନ୍ୟବାଦ ଅର୍ପଣ କରିଥିଲେ।
ୟୁଜିଆଇଇ ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟା ଦର୍ଶିନୀ ପରିଡ଼ା ମଞ୍ଚ ପରିଚାଳନା କରିଥିବା ବେଳେ କଲିକତାର କଳାକାରମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସାଧାରଣ ସମ୍ପାଦକ ଇଂ ଶୁଭେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସମାରୋହକୁ ସଫଳ କରିବାରେ ଇଂ ଲଲାଟେନ୍ଦୁ ମିଶ୍ର, ଇଂ ଅନାଦି ଚରଣ ବିଶ୍ୱାଳ, ଇଂ ସଜଳ ବାନାର୍ଜୀ, ଇଂ ପ୍ରଭାତ ରଞ୍ଜନ ତ୍ରିପାଠୀ, ପଙ୍କଜ ସାମନ୍ତ, ଇଂ ସୁଭାଷିନୀ ଜେନା, ଇଂ ଇପ୍ସିତା ମିଶ୍ର, ଇଂ ମନୋଜ ମହନ୍ତ, ଇଂ ତାପସ ଜେନା,ଇଂ ହିମାଂଶୁ ଶେଖର ପ୍ରଧାନ, ଇଂ କୌସ୍ତଭ ପଣ୍ଡିତ,ଇଂ ଶଶୀକାନ୍ତ ବେହେରା, ଇଂ ଅମର ସାହୁ ଇଂ ପ୍ରଦୀପ ସାହୁ ଇଂ ଜିତେନ୍ଦ୍ର ଶତପଥୀ, ଇଂ ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଆଲୁମିନୀ ଫଂଶନ ରେ ରାଉରକେଲା ବାହାରୁ ଆସିଥିବା ସମସ୍ତ ଆଲୁମିନୀ ଓ ଅଂଶଗ୍ରହଣ କରିଥିବା ସମସ୍ତ ଆଲୁମିନୀ ଓ ତାଙ୍କ ପାରିବାର ମାନଙ୍କୁ ଓ ୟୁଜିଆଇଇ ଅଧ୍ୟକ୍ଷ, ଷ୍ଟାଫ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଆଲୁମିନୀ ଆଶ୍ସୋସିଏସନକୁ ଯେଉଁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼େଇଛନ୍ତି ଓ ଏହି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି ଆଲୁମିନୀ ଆଶ୍ସୋସିଏସନ ସମସ୍ତ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି।
