ରାଉରକେଲା,୧୪/୨(ଉତ୍କଳ ସମାଚାର):: କେନ୍ଦ୍ରୀୟ ଦୋଳ ମେଲଣ ସମିତିର ବାର୍ଷିକ ସାଧାରଣ ବୈଠକ ସେକ୍ଟର ୧୫ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ଦ୍ବାଦଶତମ ଦୋଳ ମେଲଣ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ କୈ।ଣସି ପରିଚାଳନା କମିଟି ଗଠନ ହୋଇପାରିଲା ନାହିଁ। ଏଥିପାଇଁ ପରିଚାଳନା କମିଟି ଅନୁଷ୍ଠାନର ପୁରୁଖା ତଥା ଶୃଙ୍ଖଳିତ ଆଜୀବନ ସଦସ୍ୟ ମୁକ୍ତିକାନ୍ତ ବେହେରାଙ୍କୁ ଆବାହକ ଭାବେ ଚୟନ କରାଯାଇଥିଲା। ଶ୍ରୀ ବେହେରାଙ୍କ ତତ୍ତ୍ଵାବଧାନରେ ଆସନ୍ତା ଦୋଳ ମେଲଣ ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ବିଷ୍ଣୁଚରଣ ବିଶ୍ବାଳ, ସୁଶାନ୍ତ ପ୍ରଧାନ, ଇଶ୍ଵର ଭଞ୍ଜ, ପର୍ଶୁରାମ ପୋଥାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ହେବାକୁ ଥିବା ବୈଠକରେ ଦୋଳ ମେଲଣ ସମିତିର ସମସ୍ତ ସଦସ୍ୟମାନେ ଯୋଗଦେବାକୁ ଅନୁରୋଧ କରାଯାଇଥିଲା।

