ମୈଦଲପୁର,18//2,(ଉତ୍କଳ ସମାଚାର):-ମୈଦଲପୁର ଥାନାରେ ଯୁଗଳ ଶବର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି l ସେ ପୂର୍ବରୁ କୋଡ଼ିଙ୍ଗା ଥାନା ରେ କାର୍ଯ୍ୟରତ ଥିଲେ l ଦୁଇ ବର୍ଷ ଧରି ସେଠାରେ କାର୍ଯ୍ୟ କରିଥିଲେ l ଏହି ଥାନା ରେ ଥିବା ବିପିନ କୁମାର କୁଲଦୀପ ଙ୍କୁ ପୋଲିସ ହେଡ଼ କ୍ଵାଟର ରେ ବଦଳି ହୋଇଛି l ଶ୍ରୀ ଶବର କହିଛନ୍ତି, ଡାବୁଗାଁ ଛକ, ବସ ଷ୍ଟାଣ୍ଡ ଛକ ରେ ଟ୍ରାଫିକ ସମସ୍ୟା, କଲେଜ, ହାଇ ସ୍କୁଲରେ ଗଣ୍ଡଗୋଳ, ଦ୍ରୁତ ଗତି ର ବାଇକ ଚାଳକ,ପାଦ ଚଲା ଡ୍ରେନ ଉପରେ ମାଡି ବସିଥିବା ଦୋକାନୀ,ଚୋରି ବଢୁଥିବା ରୁ ନାଇଟ ପେଟ୍ରୋଲିଙ୍ଗ କଡା କଡ଼ି କରିବା ସହ ଅଂଚଳ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସାମ୍ବାଦିକ ମାନଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ରେ କହିଛନ୍ତି ଶ୍ରୀ ଶବର l ଉକ୍ତ ସମୟରେ ସାମ୍ବାଦିକ ଆକାଶ ବିଶୋଇ, ସନ୍ତୋଷ ସାହୁ, ସୁଜିତ ନାୟକ,ନନ୍ଦ କୁମାର ବିଶୋଇ, ନିର୍ମଳ ବିଶୋଇ,ଅନିଲ ପ୍ରଭାତ ଭତ୍ରା, କୈଳାଶ ବିଶୋଇ, ବିଜୟ ବିଶୋଇ, କିଶୋର ବିଶୋଇ, ସନ୍ତୋଷ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ l

