ସମ୍ବଲପୁର,୨୩/୦୨(ଉତ୍କଳ ସମାଚାର),(ସରୋଜ ସାହୁ): ଶ୍ରୀ ଦୟାନିଧି ବାଗ୍, ଟେକ୍ନିସିଆନ୍-I/ ସି ଆଣ୍ଡ ଡବ୍ଲୁ/ସରଲା ଏବଂ ଶ୍ରୀ ନୀଳାମ୍ବର ନାଏକ, ଟ୍ରାକମ୍ୟାନ୍-II/ରେଙ୍ଗାଲି ଙ୍କୁ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳIଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି। ସେମାନଙ୍କର କର୍ତ୍ତ୍ୟବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ,ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ମନଜିତ ସିଂହ ସନସନୱାଲ, ସିନିୟର ଡିଭିଜନାଲ ଇଞ୍ଜିନିୟର (ସମନ୍ୱୟ), ଶ୍ରୀ ପ୍ରଭାତ ସିଂହ, ସିନିୟର ଡିଭିଜନାଲ ମେକାନିକାଲ୍ ଇଞ୍ଜିନିୟର, ଶ୍ରୀ ମନୀଷ କୁମାର ସିହ୍ନା ରାୟ, ବରିଷ୍ଠ ମଣ୍ଡଳ ନିରାପତ୍ତI ଅଧିକାରୀ, ଶ୍ରୀ ସମ୍ବିତ ସୌରଭ ନାୟକ ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।

