କେନ୍ଦୁଝର,8//3,(ଉତ୍କଳ ସମାଚାର)- ସବୁଦିନ ନାରୀର ଦିନ ହେଉ । ଯାହା କହୁଛନ୍ତି, ତାକୁ କାମରେ ଲଗାଇଲେ-ନାରୀ ଦିବସର ସାର୍ଥକତା ପ୍ରତିପାଦିତ ହେଇପାରିବ ତତ୍ ସହିତ ସୁସ୍ଥ ଶରୀର ଓ ସକାରାତ୍ମକ ମନୋଭାବ ଦ୍ୱାରା ଆମର ଦୃଷ୍ଟିକୋଣ ଓ ପରିସ୍ଥିତି ପ୍ରତିଟି କାର୍ଯ୍ୟରେ ସଫଳତା ଆଣିଦେବ ବୋଲି ଆନ୍ତର୍ଜାତିକ ମହିଳା ଦିବସରେ କହିଛନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ରଂଜନ ସାହୁ । ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ ‘ନାରୀ ସଶକ୍ତିକରଣ : ସୁସ୍ଥ ସମାଜ, ସମ୍ପୂର୍ଣ୍ଣ। ଆଜିର ନାରୀ- ବିଷୟକ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସରେ ଅଧ୍ୟକ୍ଷ ଲଳିତ ରଂଜନ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସସ୍ମିତା ନନ୍ଦିନୀ ତ୍ରିପାଠୀ ଯୋଗଦେଇ ନାରୀର ଅଧିକାର ଓ ନାରୀ ନିଜର ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନେଇପାରିବ, ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ସମ୍ମାନିତ ଅତିଥି ସ୍ପିରିଜା ପ୍ରତିଷ୍ଠାତା ପ୍ରଗତିକା ମହାନ୍ତି – ସମୟକୁ ବିନିଯୋଗ କରି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ, ପ୍ରାଣାୟାମ ଓ ନୃତ୍ୟ ଯେପରି ଆବଶ୍ୟକ ଉତ୍ତମ ନିଦ୍ରାର ମଧ୍ୟ ଆବଶ୍ୟକତା ରହିଛି, ଏଥିପ୍ରତି ଦୃଷ୍ଟି ଦେବା ଉଚିତ୍ । ସମ୍ମାନିତ ଅତିଥି ଷ୍ଟାର ଏକାଡେମୀ ପ୍ରତିଷ୍ଠାତା ଶ୍ରୀମତୀ ସୁନିତା ମହାନ୍ତି କହିଥିଲେ – ନାରୀ ହସିଲେ ଦୁନିଆ ହସିବ ଓ ତା’ର ଦାୟିତ୍ୱ କର୍ତ୍ତବ୍ୟ ପରାୟଣତା ବଳରେ ଅର୍ଥନୀତିକୁ ସୁଦୃଢ଼ କରିପାରିବ । ସମ୍ମାନିତ ଅତିଥି ଶିଶୁ ମଙ୍ଗଳ ସମିତି ଓ ବରିଷ୍ଠ ଆଇନଜୀବୀ ସୋନାଲି ସିଂ ଶିଶୁର ମୌଳିକ ଅଧିକାର ବିଷୟରେ କହିବା ସହ ବାଲ୍ୟବିବାହ, ନିଶା ନିବାରଣ ବିଷୟରେ ସଚେତନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଅମ୍ରିତା ପଟ୍ଟନାୟକ ଯୋଗ ଦେଇ କହିଥିଲେ – ଅର୍ଥନୀତିର ସ୍ବାଧୀନତା ଦ୍ବାରା ମହିଳାଟିଏ ଅର୍ଥକୁ ନିୟନ୍ତ୍ରଣ କରି ପରିବାରକୁ ଆଗକୁ ବଢ଼ାଏ । ଏହି ଅବସରରେ କ୍ଷୁଦ୍ରଗଳ୍ପ ‘ମହ୍ଲାର’ ନାମକ ସିନେମା ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା, ଯାହା ବାଲ୍ୟବିବାହ ଉପରେ ଆଧାରିତ। ସଭାର ମଞ୍ଚ ପରିଚାଳନା କରିଥିଲେ ଛାତ୍ରୀ ସୁମନା ମହାନ୍ତି ଓ ଶୃତି ସଂଗୀତା ଶୁକ୍ଳା । । ମଂଚରେ ଉପସ୍ଥିତ ଥିଲେ ମଧ୍ୟ ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଶ୍ରୀମତୀ ଗୀତାଞ୍ଜଳି ନାୟକ ଓ ଆଲ୍ଫା ସରିତା ମହାନ୍ତି, ତାଙ୍କ ଦିଗଦର୍ଶକ ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଥିଲା । ଛାତ୍ରୀ ପୂଜା କର୍ମକାର ବକ୍ତବ୍ୟ ରଖି କହିଥିଲେ ନାରୀ ନିଜକୁ ଶକ୍ତ କଲେ ସବୁକିଛି କରିପାରିବ । ଏହି ଅବସରରେ କାହାଣୀ ପ୍ରତିଯୋଗିତାର ସୁନ୍ଦର ଓ ସୃଜନଶୀଳ ଲେଖା ପାଇଁ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଶ୍ରୀମତୀ ଗୀତାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

