ସମ୍ବଲପୁର,୧୩/୦୪(ଉତ୍କଳ ସମାଚାର),(ସରୋଜ ସାହୁ):୧୯୬୨ ମସିହା ଅପ୍ରେଲ ମାସ ୮ ତାରିଖରେ ଅଶୋଭନୀୟତା ନିରୋଧ ଆନ୍ଦୋଳନ କନ୍ମ ନେଇଥିଲା। ମାତ୍ର ୧୬ ବର୍ଷ ବୟସରେ ଶ୍ରୀ କୁମାର ଭାଇ ଏହି ଆନ୍ଦୋଳନର ପ୍ରଦର୍ଶନ କରିଥିଲେ । ସାହିତ୍ୟ, କଳା, ସମ୍ବାଦପତ୍ର, ନାଟକ ଓ ଚଳଚ୍ଚିତ୍ରରେ ଅଶୋଭନୀୟତାର ନିରୋଧ ଏବଂ ଶୋଭନୀୟତାର ବିକାଶ ହେଲେ ମାନବର ମନ, ଋଚି ତଥା ଜୀବନ ନିଶ୍ଚିତ ଶୋଭନୀୟ, ଶୃଙ୍ଖଳିତ ଓ ଉନ୍ନତ ହେବ ବୋଲି ଶ୍ରୀ କୁମାର ଭାଇଙ୍କ ବାର୍ତ୍ତା ସମାଜ ପାଇଁ ଆଜି ଦିନରେ ଏକ ଆହ୍ୱାନ ବୋଲି ଶ୍ରୀ କୁମାର ଭାଇଙ୍କ ଷୋଡଶ ଜନ୍ମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ତଥା ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ଆଲୋଚନା କରି ଦେଶସେବୀ ପଦ୍ମଶ୍ରୀ ଡ଼କ୍ଟର ଲକ୍ଷ୍ମୀନାରାୟଣ ସାହୁ ଓ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କୁ ମନେ ପକାଇ ସେମାନଙ୍କ ଦୃଢ଼ ସମର୍ଥନ ଯୋଗୁଁ ଏହି ଆନ୍ଦୋଳନ ୧୯୬୬ ମସିହାରେ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ନାମରେ ରେଜିଷ୍ଟ୍ରୀକରଣ ହୋଇଥିଲ I ସ୍ଥାନୀୟ ପୁଟିବନ୍ଧ ସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ଠାରେ ଆୟୋଜିତ ଶ୍ରୀ କୁମାର ଭାଇଙ୍କ ଷୋଡଶ ଜନ୍ମ ଦିବସ ପାଳନ ହୋଇଥିଲା। ପ୍ରାରମ୍ଭରେ ପତାକା ଉତ୍ତୋଳନ କରି ଆୟୋଜିତ ସଭାରେ ମୁଖ୍ୟଅତିଥି ଡାକ୍ତର ଷଡ଼ଙ୍ଗୀ କହିଥିଲେ ପ୍ରାଥମିକ ଶିକ୍ଷାସ୍ତରରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପୃଥିବୀର ପ୍ରତି ଦେଶର ଶିକ୍ଷାପଦ୍ଧତିରେ ମାଳବିକତା, ନୈତିକତା , ଆତ୍ମସମୀକ୍ଷା, ଆତ୍ମଶୁଦ୍ଧି, ବିଶ୍ୱଭ୍ରାତୃତ୍ଵ ଏବଂ ବିଶ୍ୱ ଶାନ୍ତି ପାଇଁ ସୁଚେତନା ଓ ଆନ୍ତରିକତା ସୃଷ୍ଟି କରିବାକୁ ବିଶେଷ ସଂସ୍କାର ବ୍ୟବସ୍ଥା ପ୍ରବର୍ତ୍ତନ ସହିତ କଳା,ସାହିତ୍ୟ, ସମସ୍ତ ଗଣମାଧ୍ୟମ ଯଥା-ରେଡ଼ିଓ, ଟି.ଭି., ଭିଡିଓ, ସିନେମାରେ ଉଚ୍ଛ୍ରୁଙ୍ଖଳତା ଓ ହିଂସାଭାବ ଉଦ୍ରେକକାରୀ ବର୍ଣ୍ଣନା ଏକ ଅଶୋଭନୀୟତାର ଲକ୍ଷଣ। ଏଭଳି ବର୍ଣ୍ଣନା କୁ ନିରୋଧ ଏବଂ ପ୍ରତି କ୍ଷେତ୍ରରେ ଶୋଭନୀୟତାର ବିକାଶ ପାଇଁ ଏଭଳି ଆନ୍ଦୋଳନ ଏକ ଜନ ଜାଗରଣର ବିଷୟ।ଯାହାକୁ କୁମାର ଭାଇ ଜନ୍ମ ଦେଇଥିଲେ। ସଭାରେ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ଅତିଥି ପରିଚୟ, ସ୍ୱାଗତ ଭାଷଣ ସହିତ ମଞ୍ଚ ପରିଚାଳନା କରିଥିଲେ। ଅବିନାଶ ଶତପଥୀ, ଲକ୍ଷ୍ମୀପ୍ରିୟ ପାତାଳସିଂ ପ୍ରମୁଖ ଅଭିନଵ ଶିକ୍ଷଣୀୟ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଶେଷରେ ଚନ୍ଦ୍ରକାନ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତି ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା।

