ରାଉରକେଲା ୧୫/୪,(ଉତ୍କଳ ସମାଚାର)ଶିକ୍ଷାର୍ଥୀ ଓ ଶିକ୍ଷକ ସାମାଜିକ କଲ୍ୟାଣ ସଂଗଠନ ଆଭା-ଅନ୍ୱେଷ ପକ୍ଷରୁ ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ରେ ଓଡ଼ିଆ ନବ ବର୍ଷ ଉତ୍ସବ “ସାରନା ଛକ” ଠାରେ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଆର୍ତ୍ତତ୍ରାଣ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ତଥା ପୂର୍ବତନ କୁତ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶରତ କୁମାର ପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଲାଠିକଟା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ସାହା ଉଦ୍ ଘାଟନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କୁ ଦହିପଣା ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପ୍ରମୋଦ ଭଞ୍ଜ, କାର୍ତ୍ତିକ ମିଶ୍ର, ରଞ୍ଜିତ ବିଶ୍ଵାଳ, ପୂର୍ବତନ ପ୍ରଧାନ ଶିକ୍ଷକ ସନ୍ତୋଷ ନାୟକ, ରଶ୍ମିତ ସାହାଣୀ, ଭାସ୍କର ନନ୍ଦ, ଚକ୍ରଧର ମୁଦୁଲି, ଅଭୟ ସାହୁ, ବିଜୟ ପ୍ରଧାନ, ପିତବାସ ପରିଡା, ଅଜିତ ଗିରି, ହରିହର ବେହେରା, ଦିପ୍ତିମୟୀ ପରିଡା, ସିପ୍ରା ସାହୁ, ନଳିନି ସାହୁ, ନମିତା ମହାନ୍ତି, ଜୋତ୍ସନା ପ୍ରଧାନ, ସଂଯୁକ୍ତା ରାଉତ, ପ୍ରିୟଙ୍କା ସାହୁ, ବିଦ୍ୟୁତ ଲତା ସୁତାର ପ୍ରମୁଖ ଉପସ୍ଥିତ ରହିବା ସହିତ ଉଦିତ୍ନଗର ବିଦ୍ୟାଳୟର ସ୍କାଉଟ ଗାଇଡ୍ ଛାତ୍ରଛାତ୍ରୀ ମାନେ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପଣା ବଣ୍ଟନରେ ସହଯୋଗ କରିଥିଲେ । ଶେଷରେ ଅନନ୍ତ ଚରଣ ନାୟକ ଧନ୍ୟବାଦ ଦେଇଥିଲେ।

