ରାଉରକେଲା ୧୫/୪,(ଉତ୍କଳ ସମାଚାର) ସରକାରଙ୍କ ବିଚିତ୍ର ନୀତି ସହ ପରିବହନ ବିଭାଗର ଜନସାଧାରଣଙ୍କ ପ୍ରତି ଆଚରଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଜନସାଧାରଣ ନୀରବଦ୍ରଷ୍ଟା ! ସରକାରଙ୍କ ଦ୍ଵାରା ସ୍ଥାପିତ ହୋଇଥିବା କ୍ଯାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) କିମ୍ବା ଘରୋଇ ବସରେ ସଂଖ୍ୟାଧିକ ଯାତ୍ରୀ ପରିବହନ କରାଯାଉଥିଲେ ମଧ୍ୟ ରାଉରକେଲା ପରିବହନ ନିଗମ କାର୍ଯ୍ୟାଳୟ ନୀରବଦ୍ରଷ୍ଟା ସାଜି ଜନସାଧାରଣଙ୍କୁ ବିପଦ ମୁହଁକୁ ଠେଲି ଦେଉଥିବା ଅଭିଯୋଗ ହେଉଛି।ସୂଚନା ଅନୁସାରେ ରାଉରକେଲାରୁ ପୋତବ (ହାତୀବାରି) ଭାୟା କୁଆଁରମୁଣ୍ଡା, କାଲୋସିରିଆ ଯାଉଥିବା ମାଆ ତାରିଣୀ ଓଡି ୨୩ସି ୨୫୯୯ ବସରେ ସଂଖ୍ୟାଧିକ ଯାତ୍ରୀ ପରିବହନ କରାଯାଉଥିଲା ବେଳେ ବସ୍ କଣ୍ଡକ୍ଟର ବସଭଡା ନେଇ ଟିକେଟ ଦେଉନଥିଲେ। ବସରେ ଯାତ୍ରା କରୁଥିବା ଯାତ୍ରୀ ସମ୍ପୃକ୍ତ ବସ୍ କଣ୍ଡକ୍ଟରଙ୍କୁ ଟିକେଟ୍ ମାଗିବା ବେଳେ ସେ ଯାତ୍ରୀମାନଙ୍କୁ ଦୁର୍ବ୍ଯବହାର କରୁଥିବା ଅଭିଯୋଗ ହୋଇଛି।ଏଠାରେ ପ୍ରଶ୍ନ ଉଠୁଛି, ପରିବହନ ନିଗମ କାର୍ଯ୍ୟାଳୟ ପକ୍ଷରୁ ପୋଲିସ୍ ପ୍ରଶାସନକୁ ହେଲମ୍ଯାଟ୍ ପିନ୍ଧି ନଥିବା ବାଇକ୍ ଚାଳକଙ୍କୁ ମୋବାଇଲ୍ ଫୋନ୍ ଦ୍ବାରା ଫଟୋ ଉଠାଇବା ଏବଂ ମୋବାଇଲ୍ ମାଧ୍ୟମରେ ମ୍ଯାସେଜ୍ ପଠାଇ ଫାଇନ୍ ଆଦାୟ (ବିନା ବିଚାରରେ ଦଣ୍ଡ) କରାଯାଉଥିବା ବେଳେ ବସରେ ବେଆଇନ ଭାବେ ସ୍ଥାନାଧିକ ଯାତ୍ରୀ ପରିବହନକୁ କାହିଁକି ପରିବହନ ବିଭାଗ କିମ୍ବା ପୋଲିସ୍ ବିଭାଗ ପକ୍ଷରୁ ଦଣ୍ଡିତ କରାଯାଉନାହିଁ !

