ପାପଡାହାଣ୍ଡି, 18/4/2026-(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଜାମଗୁଡା ଠାରେ ବ୍ଲକ କଂଗ୍ରେସ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ବ୍ଲକ କଂଗ୍ରେସ ସଭାପତି ୱାଜିର ହୁସେନ ଙ୍କ ସଭାପତିତ୍ୱ ରେ ଜିଲ୍ଲା କଂଗ୍ରେସ ସଭାପତି ଡା. ଲିପିକା ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଉଆସୁ ମାଝୀ ,ମନବୋଧ ହରିଜନ ପ୍ରମୁଖ ଉପସ୍ଥିତ ରହିଥିଲେ. ବୈଠକ ରେ ଜୋନସ୍ତରୀୟ, ପଞ୍ଚାୟତ ସ୍ତରୀୟ କର୍ମୀ ଉପସ୍ଥିତ ରହିଥିଲେ. ଆଗାମୀ ପଞ୍ଚାୟତ ନିର୍ବାଚନ ଉପେର ଆଲୋଚନା ହୋଇଥିଲା. ପାପଡାହାଣ୍ଡି ବ୍ଲକ ରେ ତଳ ସ୍ତର ରୁ ସଂଗଠନ ସୁଦୃଢ କରିବା ସହ ଲୋକଙ୍କ ଆଶାବିଶ୍ୱାସ ଜାଗୃତ କରିବା. ଲୋକଙ୍କ ସହ ଜଡିତ ହୋଇ ଲୋକଙ୍କ ସମସ୍ୟା ଉପସ୍ଥାପନା କରିବା ସହ ତାଙ୍କୁ ସାହାଯ୍ୟ ସହଯୋଗ କରିବା.ପଞ୍ଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବା ସହ ନିଜ ଦୁର୍ଗ କୁ ମୋଜବୁତ କରିବା ବୋଲି କହିଥିଲେ. ଏହି କର୍ମୀ ସମ୍ମିଳନୀ ରେ ବିଜେପି ଦଳ ତ୍ୟାଗ କରି କିଛି ଜଣ କର୍ମୀ ବିଧିବଦ୍ଧ ଭାବେ କଂଗେସ ରେ ଯୋଗ ଦେଇଛନ୍ତି. ଏହି ବୈଠକ ରେ ବ୍ଲକ କଂଗେସ ର କର୍ମୀ ଉପସ୍ଥିତ ରହିଥିଲେ.
ସୀତାକାନ୍ତ ବିଷୋୟୀ

