ରାଜଗାଙ୍ଗପୁର, 27/4/26(ସୁବାଷ ବେହେରା): ଭୟଙ୍କର ଶବ୍ଦ ରେ ବାଇକ ଚଳାଉ ଥିବା 11ଚାଳକ ଙ୍କୁ ରାଜଗାଙ୍ଗପୁର ପୋଲିସ ସାଵାଢ଼ କରିବା ସହ 25ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣା ଯାଇଛି l ଏହି ଚାଳକ ମାନେ ସଙ୍ଗବଦ୍ଧ ଭାବେ ବାଇକ ରେ ଦୁଇ ତିନି ଜଣଙ୍କୁ ବସାଇ ଏପରି ଶବ୍ଦ ରେ ବାଇକ କୁ ଚଳାଇ ନିଅନ୍ତି ଯାହାକି ନିକଟରେ ଠିଆ ହୋଇ ଥିବା ବୈଜ୍ୟେଷ୍ଟ ବ୍ୟକ୍ତ ଛୋଟ ନାବାଳକ ନାବାଳିକା ମାନେ ଚମକି ପଡି ଥାନ୍ତି l ଏତେ ଦ୍ରୁତ ଗତିରେ ବାଇକ ଚଳାଇ ଯାଉଛନ୍ତି କି କୌଣସି ମୃହତ ରେ ସମୁଖ ବ୍ୟକ୍ତି କିମ୍ବା ପଶୁ ପଡି ଗଲେ ନିଶ୍ଚିତ ଦୃଘଟଣା କୁ ଏଡାଇ ପାରିବା ନାହିଁ l ବିଶେଷ ସନ୍ଧ୍ୟା ସମୟରେ ଅସାମାଜିକ ଯୁବକ ମାନ ଦ୍ୱରାତ୍ମକ ବୃଦ୍ଧି ପାଇବା ପରେ ସାଧାରଣ ଜନତାଙ୍କ ଅଭିଯୋଗ ପରେ ରାଜଗାଙ୍ଗପୁର ଥାନା ପ୍ରଭାରୀ ବିଜୟ ନାଥ ଦାଶ ଙ୍କ ନେତୃତ୍ୱ ରେ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରି ତଳ ଦିନେ 11ଟି ବାଇକ କୁ ଅଟକ ରଖି ସେମାନଙ୍କ ଠାରୁ 45ହଜାର ଟଙ୍କା ଜରିମାନା କରିଥିଲେ ଏଥିରେ ସେମାନଙ୍କ ର ପରିବର୍ତନ ଦେଖା ଯାଇ ନଥିଲା l ପୋଲିସ ଗତ କାଲି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରୁ ଅମାନିଆ 11ବାଇକ ଚାଳକ ଙ୍କୁ ଧରି ଏମାନଙ୍କ ବାଇକ ରେ ଲାଗିଥିବା ଶବ୍ଦ ସାଇଲେନ୍ସର କୁ ବାହାର କରି ଦେବା ସହ 11ହଜାର ଟଙ୍କା ଜରିମାନା କରି ଥିଲେ ଏହି ପ୍ରଦେକ୍ଷେପକୁ ସାଧାରଣ ରେ ପ୍ରଶଂସା କରିଛନ୍ତି

