ରାଉରକେଲା ୪/୫,(ଉତ୍କଳ ସମାଚାର)ଟ୍ରକ୍ ଓ ଟିପର ଓନର୍ସ ଆସୋସିଏସନ୍ ର ବାର୍ଷିକ ସାଧାରଣ ପରିଷଦ ବୈଠକ ସେକ୍ଟର ୧ କମ୍ଯୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାପତି ବିରାଜ ମୋହନ ବିଶ୍ବାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସ୍ଥିରୀକୃତ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା। ପୂର୍ବରୁ ସାଧାରଣ ସମ୍ପାଦକ ପ୍ରଦାନ କରିଥିବା ଇସ୍ତଫା ଗୃହୀତ କରାଯାଇଥୁଲା।ଗତ ଆର୍ଥିକ ବର୍ଷର ଆୟ ବ୍ୟୟ ର ହିସାବ କୁ ଉପସ୍ଥାପନ କରାଯାଇ ଅନୁମୋଦନ କରାଯାଇଥିଲା। ଉପସ୍ଥିତ ସଦସ୍ୟ ସର୍ବସମ୍ମତି କ୍ରମେ ପୁରୁଣା କମିଟି କୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ ପାଇଁ ସଂଘ ର ଅଧିନିୟମ ଅନୁଯାୟୀ ନିର୍ବାଚନ ପକ୍ରିୟା ଆରମ୍ଭ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସଂଘ ର କିଛି ସଦସ୍ୟ ବିଶୃଙ୍ଖଳିତ ପଦକ୍ଷେପ ଗ୍ରହଣ କରି ଆତ୍ମ ଘୋଷିତ କମିଟି ନେଇ ପ୍ରଚାର କରୁଛନ୍ତି। ଯାହା ସଂପୂର୍ଣ୍ଣ ଅବୈଧ ଅଟେ। ଏହି ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ ନେଇ ବାର୍ଷିକ ବୈଠକ ରେ ସମସ୍ତ ଙ୍କ ସହମତି କ୍ରମେ ସଂପୃକ୍ତ ୭ ଜଣ ସଦସ୍ୟ ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂଘ ପୂର୍ବବତ୍ ଏକଜୁଟ ହୋଇ ରହିଛି ଓ ଏହା ର ସମସ୍ତ କାର୍ଯ୍ୟକ୍ରମ ଏହାର Bye Law ଆଧର ରେ ଜାରି ରହିଛି । ଗତ ଅପ୍ରେଲ ୧୫ ତାରିଖ ବୈଠକ କୋରମ୍ ଅଭାବରୁ ସ୍ଥଗିତ ରଖାଯାଇ ଗତକାଲି ମେ ୩ ତାରିଖ କୁ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକ ରେ ସଂଘ ର କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ ନିଷ୍ପତ୍ତି ଗ୍ରହଣ ରେ ସହଯୋଗ କରିଥିଲେ।

