ରାଉରକେଲା:4//5,(ଉତ୍କଳ ସମାଚାର) ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସହରର ପୁରାତନ ସାହିତ୍ଯ ଅନୁଷ୍ଠାନ ବୈଶାଖୀ ସାହିତ୍ଯ ସଂସଦର ମିଳିତ ଆନୁକୂଲ୍ୟରେ ସଂସଦର ୩୭ତମ ବାର୍ଷିକୋତ୍ସବ ଓ ରାଜ୍ଯସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି | ସଭାପତି ବୁଦ୍ଧେଶ୍ବର ଷଡଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ର ଓଡ଼ିଆ ସାହିତ୍ୟରେ ଆଦିବାସୀ ସଂସ୍କୃତି ସମ୍ପର୍କରେ ମୁଖ୍ଯବକ୍ତା ଭାବେ ଡ.ବବ୍ରୁବାହନ ମହାପାତ୍ର କହିଲେ ଓଡିଆ ସାହିତ୍ଯ ସଂସ୍କୃତି ସହିତ ଜନଜାତି ସଂସ୍କୃତିର ନିବିଡ ସଂପର୍କ ରହିଛି | ଓଡିଆ ସାହିତ୍ଯର ପ୍ରାଚୀନ ଓ ମଧ୍ଯଯୁଗୀୟ ପର୍ଯ୍ଯାୟରେ ଆଦିବାସୀ ଜୀବନ ସମ୍ପର୍କରେ ଉଲ୍ଲେଖ କରି ଆଧୁନିକ ସାହିତ୍ଯରେ ଆଦିବାସୀମାନଙ୍କୁ ଧନଶାଳୀ ଓ ଉଚ୍ଚ ଶିକ୍ଷିତ ପଦାଧିକାରୀ ଶୋଷଣ କରୁଛନ୍ତି ଓ ତାଙ୍କ ପାଇଁ ପ୍ରଣିତ ଯୋଜନା ସବୁ ଫଳପ୍ରଦ ହେଉନାହିଁ । ଅନ୍ଯତମ ବକ୍ତା ଅଧ୍ଯାପିକା ପ୍ରଣତି ବେହେରା କହିଲେ ବିଭିନ୍ନତା ଭିତରେ ଏକତା ଆମ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ଯ ,ଜାତି ବଂଚି ରହୁ,ଭାଷା ସାହିତ୍ଯ ସମୃଦ୍ଧ ହେବାସହ ପରସ୍ପର ମଧ୍ଯରେ ସଂପ୍ରୀତି ଓ ସଦ୍ଭାବନା ଉଜ୍ଜିବୀତ ରହୁ । ଉଦ୍ଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଲେ ଆମ ଭାଷା ସାହିତ୍ଯ ସଂସ୍କୃତିର ଇତିହାସ ଜନଜାତିକୁ ଛାଡିଲେ କେବେ ବି ଲେଖି ହେବନି । ମୁଖ୍ଯଅତିଥି ଭାବେ ଓଡିଶା ସାହିତ୍ଯ ଏକାଡେମୀର ପ୍ରଭାରୀ ରଶ୍ମି ରଂଜନ ଶତପଥି ଉପାନ୍ତ ଅଞ୍ଚଳରେ ବୈଶାଖୀ ସାହିତ୍ଯ ସଂସଦର ଏଭଳି କାର୍ଯ୍ଯକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ | ସଭାପତି ଶ୍ରୀ ଷଡ଼ଙ୍ଗୀ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ | କବି ସୁଶାନ୍ତ କୁମାର ନାୟକ ମଂଚ ପରିଚାଳନା କରିଥିଲା ବେଳେ ସାଧାରଣ ସଂପାଦକ ଚନ୍ଦ୍ରଧ୍ବଜ ମାଝୀ ସଂପାଦକୀୟ ବିବରଣି ପାଠ କରିଥିଲେ । ପ୍ରାରମ୍ଭରେ ଶିଶୁ ପ୍ରତିଭା ତ୍ବିଷା ତେଜୋମୟୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲା ବେଳେ ଗୁରୁ ଜ୍ଯୋତିର୍ମୟ ଆଚାର୍ଯ୍ଯ ମନ୍ତ୍ରପାଠ କରିଥିଲେ । ଏହି ଅବସରରେ ଡ.ବବ୍ରୁବାହନ ମହାପାତ୍ର,ପ୍ରତାପ କୁମାର ପଣ୍ଡା,ଡ.ନଗେନ ଦାସ,ପ୍ରଣତି ବେହେରା,ତ୍ରିଲୋଚନ ବେହେରା,କନକ ଲତା ମିଶ୍ର,ବାସନ୍ତି ପ୍ରଷେଠ୍,ତ୍ବିଷା ତେଜୋମୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଦ୍ବିତୀୟ ପର୍ଯାୟରେ ପ୍ରତାପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅଧ୍ୟାପିକା ଶୈଳବାଳା ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କବିତା ସଂଯୋଜିକା ଭାବେ ଶେଫାଳୀ ବାରିକ, ସୁଚିସ୍ମିତା ପଣ୍ଡା ଓ ନିରୁପମା ନାୟକଙ୍କ ସଂଯୋଜନାରେ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ,ଆର୍ତ୍ତତ୍ରାଣ ମହାପାତ୍ର,ସୁସ୍ମିତା ମହାପାତ୍ର, ସସ୍ମିତା ପ୍ରଧାନ,ଡା.କୃପାସିନ୍ଧୁ ନାୟକ, ବଳରାମ ରାଉଳ,ସଂଗ୍ରାମ ସିଂ ସାମଲ,ବିଜୟ କୁମାର ସାହୁ,ବାସନ୍ତି ପାତ୍ର,ନିବେଦିତା ପଣ୍ଡା, ଗୀତାରାଣୀ ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଜୟନ୍ତୀ ଦାସ,ଜଗନ୍ନାଥ ରାଉତ,କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ଦେବବ୍ରତ ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

