କେନ୍ଦୁଝର:11//5,(ଉତ୍କଳ ସମାଚାର) ଏନ୍.ଏସ୍. ପୋଲିସ ହାଇସ୍କୁଲ,କେନ୍ଦୁଝର ତରଫରୁ ବିଦ୍ୟାଳୟର ଗୌରବ ବଢାଇଥିବା ୫ ଜଣ ଏ-୧ ଏବଂ ୯ ଜଣ ଏ-୨ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଶିକ୍ଷା ବର୍ଷ ରେ ବିଦ୍ୟାଳୟରୁ ମୋଟ ୧୫୮ ଜଣ ଛାତ୍ର ଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇ ସମସ୍ତେ ପାସ୍ କରି ଶତ ପ୍ରତିଶତ ପରୀକ୍ଷା ଫଳ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେଳା ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଧରଣୀଧର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରତିଭା ପୃଷ୍ଟି,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ସଦର ବ୍ଲକ୍ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ,ଅବସରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା ଦେଇ,ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ସଦସ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ରଥ,ପୂର୍ଣ୍ଣ ଚନ୍ଦ୍ର ରାଉତ,ଦ୍ୱାରିକା ନାଥ ସାହୁ,ବିଦ୍ୟାଳୟ ପଞ୍ଚ ସଖା ଶିକ୍ଷା ସେତୁର ସଭାପତି ଶିବ କୁମାର ରାଠୋର,ପୁରାତନ ଛାତ୍ର ତଥା କୃଷି ବୈଜ୍ଞାନିକ ରଞ୍ଜନ କୁମାର ମହାନ୍ତ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ଉଚ୍ଚ ଶିକ୍ଷିତ ହୋଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ନିଜ ନିଜ ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟର ଶିକ୍ଷକ ଗୁରୁଦେବ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଆଶିଷ ମହାନ୍ତ,ସୁପ୍ରିୟା ଶୀଟ୍,ବିନୀତ କୁମାର ବିଶ୍ୱାଳ, ସୋମ୍ୟ ରଞ୍ଜନ ସାହୁ,ଓମ୍ ପ୍ରକାଶ ମହାନ୍ତ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ସହିତ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଏ-୨ ରେ ଉତ୍ତୀର୍ଣ୍ଣ ବିଶ୍ୱଜିତ୍ ସାହୁ,ଏକଲବ୍ୟ ମହାନ୍ତ,ରିଚେଶ୍ କୁମାର ସାହୁ,ଜ୍ଞାନେଶ୍ୱରୀ ମହାନ୍ତ,ତୁଷାରକାନ୍ତ ସାହୁ,ଗୋକୁଳାନନ୍ଦ ମହାନ୍ତ,ସୁରଜ ନାଏକ,ଅନିଲ କୁମାର ନାଏକ,ଅଭିଜ୍ଞାନ ସେଠୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ବିଦ୍ୟାଳୟର ଏନ୍ ସି ସି ଅଫିସର୍ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷକ କମଳ ଲୋଚନ ପ୍ରଧାନ, ବିବେକାନନ୍ଦ ରାଉତ,ପ୍ରଦୀପ୍ତ ଦେହୁରୀ,ତନ୍ମୟ ରାଉତ, ଶିକ୍ଷୟିତ୍ରୀ ମମତାରାଣୀ ମହାନ୍ତ, ସାଗରିକା ସାହୁ,କଳାବତୀ ଦେହୁରୀ,ଯାତ୍ରୀ ମହାନ୍ତ,ଭାଗ୍ୟଶ୍ରୀ ମହାନ୍ତ,ଜୁନିଅର୍ ଆସିଷ୍ଟାଣ୍ଟ ସତ୍ୟନାରାୟଣ ମଲ୍ଲିକ,ଶିକ୍ଷା କର୍ମଚାରୀ ଯୋଗେଶ୍ୱର କବାଟ, ଗଣେଶ୍ୱର ମୁଦୁଲି,ସୁଜାତା ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ut

