ରାଇଘର,ନରସିଂବାଘ (ଉତ୍କଳ ସମାଚାର )21/05: ନବରଙ୍ଗପୁର ଜିଲ୍ଲାର ରାଇଘର ନିକଟରେ ଗୁରୁବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଜୟପୁରରୁ ଆସୁଥିବା ସାର ବୋଝେଇ ଟ୍ରକ୍ଟି ନିୟନ୍ତ୍ରଣ ହାରାଇ ରାସ୍ତା ପାଖରେ ଥିବା ଦୁଇଟି ଗଛକୁ ପିଟି ଦେବାରୁ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ମୃତ ଡ୍ରାଇଭର ହେଲେ ଜୟପୁର କେନ୍ଦୁଗୁଡ଼ା ଅଞ୍ଚଳର କାନ୍ତ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଟ୍ରକ୍ଟି ଜୟପୁର ମାର୍କଫେଡ୍ ରୁ ରାଇଘର ଲ୍ୟାମ୍ପସ୍ କୁ ପ୍ରାୟ ୬୦୦ ବସ୍ତା ସାର ବୋଝେଇ ଯାଉଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରାଇଘର ଅଗ୍ନିଶମ ବିଭାଗ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଡ୍ରାଇଭରଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା ସେନେଇ ରାଇଘର ପୋଲିସ୍ ତଦନ୍ତ ଆରମ୍ଭ କରିଛି।

