ରାଉରକେଲା:୨୨/୫,(ଉତ୍କଳ ସମାଚାର)ଲାଠିକଟ ଲାଠିକଟା ବ୍ଲକ୍ ଅନ୍ତର୍ଗତ ଯୋଡାକୁଦର ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ସଚିବ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୂଚନା ଅନୁସାରେ ଭିଜିଲାନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ମାମଲାରେ, ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ଯୋଡାକୁଦର ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ସଚିବଙ୍କୁ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଜି ଅର୍ଥାତ୍ ୨୦୨୬ ମଇ ୨୨ ତାରିଖରେ, ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ଯୋଡାକୁଦର ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସଚିବ ଆଲେକଜାଣ୍ଡର ଏକ୍କାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୧୯୮୮/୪୦୯ ଆଇପିସିର ୧୩(୨) ଆର/ଡବ୍ଲୁ ୧୩(୧)(ସି) ଅନ୍ତର୍ଗତ ପିସି ଆଇନ, ୧୯୮୮/୪୦୯ରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ କରାଯାଇଥିଲା। ଯୋଡାକୁଦର ଗ୍ରାମପଞ୍ଚାୟତର ଆବଣ୍ଟିତ ଅଫିସ୍ ନଗଦ ଏବଂ ଚାଉଳର ଅପବ୍ୟବହାର ପାଇଁ ସୁନ୍ଦରଗଡ଼ ଜିଲା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଆଲେକ୍ଜାଣ୍ଡାର ଏକ୍କାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି । ଭିଜିଲାନ୍ସ କୋର୍ଟ ଦ୍ବାରା ଦଣ୍ଡିତ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ଯୋଡାକୁଦର ଗ୍ରାମ ପଞ୍ଚାୟତର ପୂର୍ବତନ ଅବସରପ୍ରାପ୍ତ ପଞ୍ଚାୟତ ସଚିବ ଆଲେକଜାଣ୍ଡର ଏକ୍କାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ପେନସନ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ବର୍ତ୍ତମାନ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ବୋଲି ସୂଚନା ଦିଆଯାଇଛି।
