ରାଉରକେଲା ୨୨/୫,(ଉତ୍କଳ ସମାଚାର) ଶିଳ୍ପ ଓ ବ୍ୟବସାୟକୁ ନୂତନ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୟୋଗ ଦ୍ଵାରା ଚଲାଇ ହେବ, ଏହାକୁ ନେଇ ଏକ ଦୁଇଦିନିଆ କର୍ମଶାଳା ରାଉରକେଲାର ହୋଟେଲ ପାହାଡ଼ି ଠାରେ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ କର୍ମଶାଳାରେ ବ୍ଯବସାୟୀମାନେ ନିଜର ବ୍ଯବସାୟ ଯେପରି ଲଜ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଟେକ୍ନୋଲୋଜି, ସରକାରୀସ୍ତରରେ ଥିବା ଆଇନ୍, ଜିଏସ୍ଟି, ଇନକମ୍ ଟ୍ଯାକ୍ସ ବିଷୟରେ ଜାଣିବା ଓ ଶିଖିବା ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ଭାରତର ବିଭିନ୍ନ ମେଟ୍ରୋ ସହର ଯଥା ଚେନ୍ନାଇ, କୋଲକାତା, ମୁମ୍ବାଇ, ଦିଲ୍ଲୀ ମେଟ୍ରୋ ସହରରୁ ପ୍ରତିନିଧିମାନେ ଯୋଗ ଦେଇ ବା କୃର୍ତ୍ତିମ ବୁଦ୍ଧିମତ୍ତା ଟେକ୍ନୋଲୋଜି ବଳରେ କିପରି ସମାଧାନ କରାଯାଇପାରିବ, ସେ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ଅର୍ଥାତ୍ ଆଜିର ଦିନରେ ସମସ୍ତ ସଫ୍ଟୱେର ଏଆଇ ଯୁକ୍ତ ହୋଇଥିଲା ବେଳେ, ତାହାର ପ୍ରୟୋଗ କିପରି ହୋଇପାରିବ ତାହାହିଁ ଏହି କର୍ମଶାଳାର ଲକ୍ଷ୍ୟ ବୋଲି ଆୟୋଜକମାନଙ୍କ ପକ୍ଷରୁ କୁହାଯାଇଛି।ଆଜି ଏହି କାର୍ଯ୍ୟକ୍ରମକୁ ନେଇ ଦ ଇନଟିଚ୍ୟୁଟ୍ ଅଫ୍ ଚାଟେଡ଼ ଆକାଉଟାଂଟ ରାଉରକେଲା ଶାଖାର ଅଧ୍ୟକ୍ଷ ସିଏ ପକଂଜ ଗର୍ଗ ଉକ୍ତ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଅଧ୍ୟକ୍ଷ ସିଏ ରାକେଶ ଜୈନ ଥିଲେ

