ନବରଙ୍ଗପୁର:4//6,(ଉତ୍କଳ ସମାଚାର) ନରସିଂବାଘ , ତାରିଖ:ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତସପୁର ଅଞ୍ଚଳରେ ଗତକାଲି ଏକ ଦୁର୍ଘଟଣା ଘଟି ଅଟୋରେ ଯାଉଥିବା କିଛି ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି।ସୂଚନା ଅନୁସାରେ, ସନ୍ତସପୁର ସ୍ଥିତ ବିଦେଶୀ ମଦ ଦୋକାନରେ ବ୍ୟବହୃତ ହେଉଥିବା ଏକ ସ୍କୋର୍ପିଓ ଗାଡି ଭନସୁଳି ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ପରେ ଅଟୋଟି ଉଲଟି ପଡିଥିଲା, ଯାହାରେ ଥିବା ଯାତ୍ରୀମାନେ ଆହତ ହୋଇଥିଲେ।ଦୁର୍ଘଟଣା ପରେ ସ୍କୋର୍ପିଓ ଗାଡି ଚାଳକ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡିଛି। ଆହତମାନଙ୍କୁ ତୁରନ୍ତ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଛି। ସେଥିରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଏହି ଘଟଣାକୁ ନେଇ ଆହତଙ୍କ ପରିବାର ପକ୍ଷରୁ ସନ୍ତସପୁର ବିଦେଶୀ ମଦ ଦୋକାନ ବିରୋଧରେ କୋଷାଗୁମୁଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

