ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କୁତ୍ରା ବ୍ଲକ ଖଟକୁରବାହାଲ
ରାଜଗାଙ୍ଗପୁର:4//6,(ଉତ୍କଳ ସମାଚାର)ବୁଧବାର : ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହଗୁଡ଼ିକ ପିଲା ଙ୍କ ପାଇଁ ଅସୁ ରକ୍ଷିତ। ଆରଡବ୍ଲ୍ୟୁ(ଗ୍ରାମ୍ୟ ନିର୍ମାଣ) ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପତ୍ର ସଂଖ୍ୟା. ୭୨୯୫/ଡବ୍ଲ୍ୟୁଇ, ତା.୮/୧୨/୨୦୨୫ ଆଧାରରେ ଏହି ଘୋଷଣା କରାଯାଇଛି। ବିଦ୍ୟାଳୟ କୋଠାର ଅବସ୍ଥା ଛାତ୍ରଛାତ୍ରୀଙ୍କ ପାଇଁ ବିପଦଜନକ ଥୀବାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ବିଦ୍ୟାଳୟ ପରିସର ରେ ସମସ୍ତ ଶିକ୍ଷାଗତ କାର୍ଯ୍ୟ କଳାପ ବନ୍ଦ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର କୁତ୍ରା ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତିରେ ସୁରକ୍ଷା କୁ ଦୁଷ୍ଟିରୁ କୁତ୍ରା ପୁଲିସ୍ ଫୋର୍ସ ସହ ଗ୍ରାମକୁ ଯାଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣ ଙ୍କୁ ବିଦ୍ୟାଳୟ କୋଠା ସୁରକ୍ଷିତ ନ ଥିବା ର ଅବଗତ କରାଯାଇଥିଲା। ବିଦ୍ୟାଳୟରେ ନୋଟିସ ଲଗାଇବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ସୂଚନା ଅନୁଯାଇ ଏହି ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହୁ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟ ବନ୍ଦ ହେବାକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି। ପିଲାଙ୍କ ଶିକ୍ଷାଦାନ କିପରି ହେବ ସେନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ଯ ରେ ଚିନ୍ତା ର ବାତାବରଣ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ଏହି ବିଦ୍ୟାଳୟ ଟି ଗାଁ ଭିତରେ ରହିଥିବା ବେଳେ ଏହାର ପାଚିରୀକୁ ଲାଗି jsw ସିଵା ସିମେଣ୍ଟ ର ଏକ ଚୂନପଥର ଖଣି ରହିଛି।ଖଣି କାର୍ଯ୍ୟ ପାଇଁ ହେଉଥୁବା ବ୍ଲାଷ୍ଟି ଯୋଗୁ ବିଦ୍ୟାଳୟର ଶ୍ରେଣୀ ଗୃହର କାନ୍ଥଗୁଡ଼ିକ ଫାଟି ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପ୍ରଶାସନର ସହମତି କ୍ରମେ ଗାଁ ଠାରୁ ୫୦୦ଶହ ମିଟର ଦୂରରେ ସମ୍ପୃକ୍ତ ଖଣି କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଏକନୂତନ ବିଦ୍ୟାଳୟ କୋଠା ନିର୍ମାଣ କରା ଯାଇ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବରୁ ପ୍ରସାଶନ ପକ୍ଷରୁ ସେହି ବିଦ୍ୟାଳୟକୁ ନୂତନ ଭାବେ ନିର୍ମିତ କୋଠା କୁ ସ୍ଥାନାନ୍ତର ପାଇଁ ପ୍ରୟାସ କରାଯାଇଥିବା ବେଳେ ଗ୍ରାମର କେତେକ ଲୋକ ବିଭିନ୍ନ ପ୍ରକାର ଆସୁବିଧାର ଆଳଦେଖାଇ ବିଦ୍ୟାଳୟ ସ୍ଥାନାନ୍ତର କୁ ବିରୋଧ କରାଯାଇଥିଲା। ବର୍ତ୍ତମାନ ସମୟରେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଗୃହକୁ ବିପଦପୂର୍ଣ୍ଣ ଘୋଷଣା ପରେ ଆଗକୁ ଏହି ବିଦ୍ୟାଳୟକୁ ନେଇ ପ୍ରଶାସନ କି ଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ନେଇ ଗ୍ରାମବାସୀଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି।

