ରାଉରକେଲା ୮/୬,(ଉତ୍କଳ ସମାଚାର)ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସେକ୍ଟର-୨ ରେଲାପୋଷ, ଡ଼ାହିଟୋଲା, ବାଗବୁଡି ଅଞ୍ଚଳରେ ଚଢ଼ାଉ କରି ୨ଟି ଦାବିଦାର ଥିବା ମାମଲା ଏବଂ ୩ଟି ଦାବିଦାର ନଥିବା ମାମଲା, ମୋଟ ୫ଟି ମାମଲା ରୁଜୁ କରାଯାଇ ୪୦୦ ଲିଟର ବେଆଇନ ମହୁଲି ମଦ ସହିତ ଗୋଟିଏ, ୩୦ ଲିଟର ବେଆଇନ ମହୁଲି ମଦ ସହିତ ଗୋଟିଏ ଜବତ କରାଯାଇଛି। ଏଥିରେ ୨ ଜଣ ଆସାମୀ, କୁଲୁ କୁମ୍ଭାର ଏବଂ କାରରେ ଥିବା କାର ଚାଳକ ଜଗା ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଓ କାରର ମାଲିକଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି । ଏହି ଚଢ଼ାଉରେ ଅବକାରୀ ଇନିସପେକ୍ଟର ମୋହନ ପଧାନ ଓ ଇନିସପେକ୍ଟର ହେମନ୍ତ ମହାନନ୍ଦିଆ, ଏଏସ୍ଆଇ ବିନୋଦିନୀ ବେହେରା ଓ ଯୁବରାଜ ବାଗଙ୍କ ସମେତ ଅନ୍ୟାନ୍ୟ ଷ୍ଟାଫ୍ – ସୌମ୍ୟ ରଞ୍ଜନ ସାହୁ, ଆୟେଶା ମିଂଜ଼, ହେମମଞ୍ଜରୀ ବିଶ୍ୱାଳ, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ପ୍ରଦୀପ ଲୁଗୁନ, ବବୁଲ ସ୍ୱାଇଁ, ଲଷ୍ମୀନାରାୟଣ ପାଣିଗ୍ରାହୀ, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ ପ୍ରମୁଖ ସାମିଲ ଥିଲେ।

