ସମ୍ବଲପୁର,୨୧/୦୬(ଉତ୍କଳ ସମାଚାର),(ସରୋଜ ସାହୁ):ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଜୟନ୍ତୀ ହେଲ୍ପିଂ ଟ୍ରଷ୍ଟ ପକ୍ଷରୁ ସମ୍ବଲପୁର ସ୍ଥିତ ମୁଦିପଡ଼ାର ମ୍ୟୁନିସିପାଲ ଗାର୍ଲ୍ସ ହାଇସ୍କୁଲ ସମ୍ମୁଖରେ ଏକ ଭୋଗ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରାୟ ୩୦୦୦ ରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟନ୍ତୀ ହେଲ୍ପିଂ ଟ୍ରଷ୍ଟର ସଭାପତି ଯୋଗେଶ ଜୋଜୋ, ସମ୍ପାଦକ ଧରଣୀଧର ନାଥ, ଉପ-ସଭାପତି ରୋହନ ବେହେରା, ଉପ-ସମ୍ପାଦକ ଲୋକେଶ ସେଠ୍, କୋଷାଧ୍ୟକ୍ଷ ଶୁଭମ ସିଂହ, କୋଅର୍ଡିନେଟର ରମାକାନ୍ତ ବେହେରାଙ୍କ ସହ ହାସ୍ୟ କଳାକାର ରୂପେଶ ଜୋଜୋ, ମିଷ୍ଟର ନୀଲୁ, ମିସ୍ ମିଲି, ରୁଣାଲିଶା ମାଝୀ, ମିସ୍ ଶାନ୍ତି, ଚାନ୍ଦିନୀ ସୁନା ଏବଂ ଟ୍ରଷ୍ଟର ପରାମର୍ଶଦାତା ନିର୍ମଳ ସିଂହ ଉପସ୍ଥିତ ରହି ଭୋଗ ବଣ୍ଟନ କରିବା ସହ ନିଜ ଅନୁରାଗୀମାନଙ୍କ ସହ ସିଧାସଳଖ ସାକ୍ଷାତ କରିଥିଲେ। ଏହି ଭୋଗ ବଣ୍ଟନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଟ୍ରଷ୍ଟର ସଦସ୍ୟ ନିପୁନ୍ ସାହୁ, କାଳିଆ ପ୍ରଧାନ, ସ୍ୱାଧୀନ ମେହେର, ମୋହିତ ମେହେର, ରିଙ୍କୁ ମିର୍ଦ୍ଧା, ଟଙ୍କ ରଟାଇ, ରିଙ୍କୁ ପୁରଲିଆ, ଶେଷ ପଟେଲ, ନରେନ୍ଦ୍ର ବେହେରା, ବାସୁ ବେହେରା, ସୁଶାନ୍ତ ମେହେର, କେଦାରନାଥ ମାଝୀ, ବିଷ୍ଣୁ ସାହୁ, ରାକେଶ ମଲ୍ଲିକ, ପ୍ରମୋଦ ମିଶ୍ର ଏବଂ ଚିକୁ ବିଶେଷ ସହଯୋଗ କରିଥିଲେ। ଏହି ଅବସରରେ ଟ୍ରଷ୍ଟର ସଭାପତି ଯୋଗେଶ ଜୋଜୋ କହିଥିଲେ, “ଆମ ଟ୍ରଷ୍ଟ କେବଳ ସମାଜ ପାଇଁ ସମର୍ପିତ। ସମାଜର କଲ୍ୟାଣ ଓ ସାମାଜିକ ସେବା କରିବା ହିଁ ଜୟନ୍ତୀ ହେଲ୍ପିଂ ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ୟ।” ୨୪ ଘଣ୍ଟା ସମାଜସେବା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଟ୍ରଷ୍ଟ ସଦା ପ୍ରୟାସରତ ବୋଲି ସେ ପ୍ରକାଶ କରିଥିଲେ ।

