ସମ୍ବଲପୁର,୨୧/୦୬(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଦେବ ଦମ୍ପତି ଙ୍କ ନଗର ପରିକ୍ରମା ସମୟରେ ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ନୃସିଂହ ଗୁରୁ ସରକାରୀ ଟାଉନ୍ ହାଇସ୍କୁଲ ସମ୍ମୁଖରେ ଦହି ସର୍ବତ ବଣ୍ଟନ କରାଯିବା ସହିତ ପ୍ରାଥମିକ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ସହରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍କାଉଟ, ଗାଇଡ ଓ ଜେ. ଆର୍. ସି ଛାତ୍ରଛାତ୍ରୀ ତଥା ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପ୍ଟେନ୍ ଏବଂ ଜେ ଆର୍ ସି କାଉନ୍ସେଲର୍ ଙ୍କ ଗହଣରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପ୍ରଥମେ ଦହି ସର୍ବତ ପ୍ରଦାନ ସେବା ଆରମ୍ଭ କରିଥିଲେ । ସକାଳ ୮ ଘ. ରୁ ପରିକ୍ରମା ଶେଷ ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଏହି ସେବା ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ପଟେଲ, ସ୍କାଉଟ ଟ୍ରେନିଂ କମିଶନର ସତ୍ୟ ନାରାୟଣ ସାହୁ, ଗାଇଡ୍ ଟ୍ରେନିଂ କମିଶନର ସରସ୍ଵତୀ ସେଠୀ, ଅର୍ଗାନାଇଜିଙ୍ଗ କମିଶନର ପୁଷ୍ପବତୀ ମେହେର, ସ୍କାଉଟ ମାଷ୍ଟର ତ୍ରିବିକ୍ରମ ରଣା, ପି. ସୁଧାଂଶୁ, ରମେଶ କୁମାର ବେରିହା, ଜେଆର୍ସି ଅଧିକାରୀ ବିଶ୍ଵାମିତ୍ର ଦୀପ୍, କାଉଂସେଲର୍ ଆନନ୍ଦ ଡନ୍ସେନା, ପ୍ରତାପ ସେନାପତି , ଭୀମସେନ ବାରିକ, ବିକାଶ ସାହୁ, ଶିକ୍ଷୟିତ୍ରୀ ଅଞ୍ଜଳି ନାୟକ, ମୀନାରାଣୀ ମଲ୍ଲିକ ପ୍ରମୂଖ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହି ସଫଳତା ର ସହ ସମ୍ପାଦନ କରିଥିଲେ ।

