କେନ୍ଦୁଝର:1//7,(ଉତ୍କଳ ସମାଚାର) ସଖୀ ୱାନ୍ ଷ୍ଟପ୍ ସେଣ୍ଟର, କେନ୍ଦୁଝର ପକ୍ଷରୁ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବୋଦାପଳଶା ଗ୍ରାମ ପଞ୍ଚାୟତ ରେ ଏକ ତନତା କାର୍ଯ୍ୟକ୍ରମରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରରୁ ସୁଜତାରାଣୀ ପରିଡ଼ା (ସେଣ୍ଟର ଆଡମିନିଷ୍ଟ୍ରେଟର), କୁମାରୀ ଜ୍ୟୋତ୍ସ୍ନା ରାଣୀ ବେହେରା (କେସ୍ ୱାର୍କର), ଏବଂ କୁମାରୀ ସୁପ୍ରିୟା ମଣ୍ଡଳ (ଆଇଟି ) ଯୋଗ ଦେଇଥିଲେ। ଏଥିସହିତ ଜେଣ୍ଡର ସିଆରପି କୋଅର୍ଡିନେଟର କୁମାରୀ ୟୁଶରା କୈସର, ଜେଣ୍ଡର ସିଆରପି ସଦସ୍ୟା ଏବଂ ଏସଏଜି ଗ୍ରୁପର ସଦସ୍ୟାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ହିଂସା, ଲିଙ୍ଗଗତ ହିଂସା ଏବଂ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ଯେପରିକି—ଡାକ୍ତରୀ ସହାୟତା, ପୋଲିସ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନସେଲିଂ, ଆଶ୍ରୟସ୍ଥଳୀ ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସଖୀ ସେଣ୍ଟର ହିଂସାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ୨୪×୭ ସହାୟତା ପ୍ରଦାନ କରୁଥିବା ସୂଚନା ଦିଆଯାଇଥିଲା। ମହିଳା ହେଲ୍ପଲାଇନ୍, ଚାଇଲ୍ଡ ହେଲ୍ପଲାଇନ୍ ଏବଂ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ଯୋଗାଯୋଗ ନମ୍ବର ଥିବା ଆଇଇସି ଲିଫଲେଟ୍ ବଣ୍ଟନ କରାଯାଇଥିଲା। ଏହାବ୍ୟତୀତ ମହିଳା ସଶକ୍ତିକରଣ, ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ମହତ୍ତ୍ୱ ଏବଂ ଜରୁରୀକାଳୀନ ପରିସ୍ଥିତିରେ ପୀଡ଼ିତାମାନଙ୍କୁ ମନସ୍ତାତ୍ତ୍ୱିକ ସହଯୋଗ ଯୋଗାଇବାରେ ସାମାଜିକ କର୍ମୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ମହିଳାଙ୍କ ଅଧିକାର ଏବଂ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଉତ୍ସାହିତ କରାଯାଇଥିଲା।
