କେନ୍ଦୁଝର”:1//7,(ଉତ୍କଳ ସମାଚାର)କେନ୍ଦୁଝର ପୁରୁଣା ସହର ବାସିନ୍ଦା ତଥା ମାଇନିଂ ରୋଡ଼ “ଏକ୍ସପ୍ରେସମୋବାଇଲ” ର ସତ୍ବାଧୀକାରୀ ସଂଜୀବ ରାମ ଜଣେ ଯୁବଉଦ୍ୟୋଗୀ ହେବା ସହିତ ଜଣେ ଉତ୍ତମ ହୃଦୟ ର ଅଧିକାରୀ,ପିଲାଟି ଦିନରୁ ଅଭାବ ଅନାଟନ କଣ ଜାଣିଥିବା ଏହି ନବଯୁବକ ଅନେକ ସଂଘର୍ଷ କରି ଆଜି ଉନ୍ନତି ର ସୋପାନ ଦିଗକୁ ଅଗ୍ରସର ହେଉଛନ୍ତି, କିନ୍ତୁ କେବେ ବି ଭୁଲି ନାହାନ୍ତି ଭୋକ ର ଦାଉ, ଯେଉଁଠି ଅତି ଦରିଦ୍ର ଟିଏ କିମ୍ବା ଭୋକିଲା ଟିଏ ଦେଖନ୍ତି କି ନଜର ପଡ଼ିଯାଏ ସଙ୍ଗେ ସଙ୍ଗେ ଦୌଡ଼ି ଯାନ୍ତି ଆଉ ନିରୀକ୍ଷଣ କରି ଦେଖନ୍ତି କଣ ଦରକାର, ପୋଷାକ, ଖାଦ୍ୟ, ପାଣି ସଙ୍ଗେ ସଙ୍ଗେ ଯୋଗାଡ଼ କରି ଦିଅନ୍ତି, ଆଜି ସହର ଥାନା ଛକ ରେ ମସ୍ତିଷ୍କବିକୃତ ଯୁବକ ଟିଏ ଅଳିଆଗଦା ରେ ବସି ଖାଦ୍ୟ ଅନ୍ୱେଷଣ କରୁଥିବା ବେଳେ ନଜର ପଡିଗଲା ସଂଜୀବ ଙ୍କ ର, ଘରକୁ ଖାଇବାକୁ ଯିବା ବନ୍ଦ କରି ସଙ୍ଗେ ସଙ୍ଗେ ବାଇକ ରଖି ଯୁବକ ଟିକୁ ହାତ ଧରି ଉଠାଇ ଆଣି କିଛି ପଚାରି ବୁଝି ତାକୁ ପାଖରେ ଥିବା ଏକ ହୋଟେଲ ବାରଣ୍ଡା ରେ ବସାଇ ହୋଟେଲ ରୁ ନିଜେ ପଇସା ଦେଇ ଖାଦ୍ୟ, ପାଣି କିଣି ଆଣି ଦେବା ସହିତ ନିଜେ ଶେଷ ଯାଏଁ ଛିଡା ରହି ତଦାରଖ କରିଥିଲେ, ଯୁବକଟି ଖାଇସାରିବା ପରେ ଯାଇ ସଂଜୀବ ଫେରିଥିଲେ ଘରକୁ, ସଂଜୀବ ଙ୍କ ଏପ୍ରକାର ମହାନତା କାର୍ଯ୍ୟ ପ୍ରଶଂସିତ ହେବା ସହିତ ଅନ୍ୟ ଯୁବକ ମାନଙ୍କୁ ସମାଜ ସେବା ପାଇଁ ପ୍ରେରିତ କରୁଥିବାର ଲକ୍ଷ୍ୟ କରାଯାଏ ସହର ରେ
