ରାଜଗାଙ୍ଗପୁର 24/7/26:(ଉତ୍କଳ ସମାଚାର)ଗତ ସପ୍ତାହ ରେ ଡାଲମିଆ ସିମେଣ୍ଟ ଭାରତ ର ନିକଟସ୍ଥ ମାଟି ଗେଟ କିଛି ଅନିତା ଦୂର ଠାରେ ବିଳମ୍ବିତ ରାତ୍ର ରେ ନିଜର ଆଟିକା ମଟର ସାଇକେଲ କୁ ନେଇ ଆସୁଥିବା ବେଳେ ତାକୁ ତିନିଜଣ ଦୃଦାନ୍ତ ବ୍ୟକ୍ତି ଅଟକାଇ ମାରପିଟ କରି ତାଙ୍କ ଠାରୁ ଦୁଇଟି ମୋବାଇଲ କିଛି ଟଙ୍କା ଏବଂ ତାଙ୍କ ମଟରସାଇକେଲ କୁ ଲୁଟି ନେଇଥିଲେ l ଘଟଣା ସ୍ଥଳରୁ ସେ ଯାଇ ପୋଲିସ ଷ୍ଟେସନ ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର 404/26ଡ଼ାଇରୀ ରୁଜୁ କରି ତୁରନ୍ତ ଅପରାଧୀ ଙ୍କୁ ଖୋଜିବାରେ ଲାଗି ଯାଇ ଥିଲେ l ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ ରୁ ଜାଣି ପାରିଥିଲା କି ରାଜଗାଙ୍ଗପୁର ର ମନୋଜ ରାୟ ଏବଂ ଦୀପକ ରାୟ ଏହି ଲୁଟ ଘଟଣା ରେ ସମ୍ପୃକ୍ତି ଥିବା ଜାଣିବା ପରେ ଏହି ଦୁଇ ଙ୍କୁ ଧରି ଆଣି ତଦନ୍ତ ପରେ ସେମାନେ ଲୁଟ ଥିବା ଘଟଣା କୁ ସ୍ୱୀକାର କରିବା ସହ ବ୍ରଜରାଜନଗର ର ରୋହନ ଯାଦବ ଓରଫ ଗୁଡିଲୁ ଥିବା ଜଣାଇ ଥିଲେ l ପୋଲିସ ବ୍ରଜରାଜନଗର ଯାଇ ରୋହନ ଯାଦବ କୁ ଗିରଫ କରିବା ସହ ତା ଠାରୁ ଲୁଟି ଥିବା ସ୍କୁଟି କୁ ଜବତ କରି ଆଣି ଥିଲେ l ପୋଲିସ ଲୁଟ ଘଟଣା ରେ ବ୍ୟବହାର କରିଥିବା ଦୁଇ ଟି ମଟର ସାଇକେଲ ଲୁଟିଥିବା ଦୁଇଟି ମୋବାଇଲ ଜବତ କରିଥିବା ଆଜି ଥାନା ପରିସରରେ ଥାନା ପ୍ରଭାରୀ ବିଜୟ କିଶୋର ଦାଶ ଗଣ ମାଧ୍ୟ୍ୟମ ଙ୍କୁ ସୂଚନା ପ୍ରଦାନ କରିଥିଲେ ତିନି ଲୁଟେରା ଙ୍କୁ ଧାରା 309(6)ବି ଏନ ଏସ ରେ ରୁଜୁ କରି କୋର୍ଟ ଚାଲଣ କରିଥିଲେ l ଏହି ଚଢ଼ାଉ ରେ ଲାଞ୍ଜିବେର୍ଣା ଫାଣ୍ଡି ଅଧିକାରୀ ପ୍ରୀତି ରଞ୍ଜନ ପରିଡା ଏସ ଆଇ ଲିଲି ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ

