ରାଉରକେଲା:31//8,(ଉତ୍କଳ ସମାଚାର)ସୁସ୍ଥତା, ପରିବେଶ ସଚେତନତା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଉରକେଲା ପୋଲିସ ପକ୍ଷରୁ “ରବିବାର ସାଇକେଲରେ” କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ସଂସ୍କରଣ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସାଇକେଲ ରାଲି ଉଦିତନଗର ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାଉରକେଲା ରିଜର୍ଭ ପୋଲିସ୍ ଲାଇନ୍ ଅନ୍ତର୍ଗତ ଆର୍.ଓ.(RO) କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସମାପ୍ତ ହୋଇଥିଲା। ଏଥିରେ ପୋଲିସ ଅଧିକାରୀଙ୍କ ସମେତ ପୋଲିସ୍ କର୍ମଚାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ରାଉରକେଲା ପୋଲିସ ପକ୍ଷରୁ ଏହି “ରବିବାର ସାଇକେଲରେ” କାର୍ଯ୍ୟକ୍ରମ ସୁସ୍ଥ ଜୀବନଶୈଳୀ ଗଢିବା ପାଇଁ ଏକ ବାର୍ତ୍ତା ଦେଇଥିଲା। ସମସ୍ତେ ମିଶି ସାଇକେଲ ଚଳାଇ ଏକ ସୁସ୍ଥ ଓ ସବୁଜ ଭବିଷ୍ୟତ ଦିଗରେ ଆଗେଇବା।

