ରାଉରକେଲା:31//8,(ଉତ୍କଳ ସମାଚାର) ତାଇକ୍ୱାନଡୋ ଛାତ୍ରଛାତ୍ରୀମାନେ କଲିକତା ୬ତମ ରାଷ୍ଟ୍ରୀୟ ତାଇକ୍ୱାନଡୋ ପ୍ରତିଯୋଗିତାରେ ଭାଗ ନେଇ ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ର ୧୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଶ୍ରେଣୀ ରେ ୧୫ ଟି ଗୋଲ୍ଡ, ୮ ଟି ସିଲଭର ଓ ୫ ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହିସବୁ ଖେଳାଳୀ ମାନେ ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ଥିବା “ଦ ନେଷ୍ଟ୍ ଜେନÿ ଇନଷ୍ଟିଚ୍ୟୁଟ’ ର ଛାତ୍ରଛାତ୍ରୀ ଅଟନ୍ତି । ଦ ନେଷ୍ଟ୍ ଜେନ୍ ଇନଷ୍ଟିଚ୍ୟୁଟ୍ ର ସମ୍ପାଦକ ଆନନ୍ଦ କୁମାର ସୁନା ଏହି ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ପ୍ରତିଯୋଗୀତାରେ ଅଂଶ୍ରହଣ କରିଥିଲେ । ସେହି ଖେଳାଳୀ ମାନଙ୍କ ମଧ୍ୟରୁ ସବଜୁନିଅରÿ ବର୍ଗ ରେ କୌଶିକ୍ କୁମାର ଫାଇଟ୍ ରେ ସୂର୍ଣ୍ଣ ପଦକ ଓ ପୁଂଶେ ରେ ରୌପ୍ୟ ପଦକ ଅବମ୍ ସ୍ପିଡ୍ କିକ୍ ରେ ସର୍ଣ୍ଣ ପଦକ ପ୍ରାପ୍ତ କରିଥଲେ । ଜୁନିଅର୍ ବର୍ଗ ରେ ପ୍ରବିନ୍ କୁମାର୍ ସାମଲ ସ୍ପିଡ୍ କିକ୍ ରେ ଗୋଲ୍ଡ ଏବଂ ଫାଇଟ୍ ରେ ସିଲଭର ମେଡାଲ ପ୍ରାପ୍ତ କରିଥଲେ । ବାଳିକା ବର୍ଗ ରେ ଶୁଭଶ୍ରୀ ପ୍ରଧାନ ପୁମ୍ସାଏ ରେ ଗୋଲ୍ଡ ଏବଂ ଫାଇଟ୍ଟ୍ ରେ ଶିଲଭର ମେଡାଲ ହାସଲ କରିଛନ୍ତି । ୟଶ୍ମିନ ନାଗ ଫାଇଟ୍ ରେ ଗୋଲ୍ଡ ମେଡଲ ହାସଲ କରିଛନ୍ତି । ସିନିୟର୍ ବର୍ଗ ରେ ଅନୁରାଗ ତନ୍ତୀ ଫାଇଟ୍ ରେ ଗୋଲ୍ଡ ସ୍ପିଡ୍ କିକ୍ ରେ ଶିଲଭର ମେଡାଲ ହାସଲ କରିଛନ୍ତି । ଅସିତ କୁମାର କାଲୋ ସ୍ପୀଡ୍ କିକ୍ ରେ ଗୋଲ୍ଡ ପୂମସାଏ ରେ ସିଲଭର ପେର୍ ପୁମ୍ପେ ରେ ଗୋଲ୍ଡ ହାସଲ କରିଛନ୍ତି । ଉଦୟ କୁମାର ମିଞ୍ଜ ଫାଇଟ୍ ରେ ଶିଲଭର ପେର୍ ପୂମସାଇ ରେ ଗୋଲ୍ଡ ହାସଲ କରିଛନ୍ତି । ରଉନକ୍ ରହମାନ ଖାନ୍ ଫାଇଟ୍ ରେ ବ୍ରୋଞ୍ଜ୍ ଓ ପୂଂଶେ ରେ ମଧ୍ୟ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ସୌମ୍ୟ ରଂଜନ ମହାନ୍ତି ଫାଇଟ୍ ରେ ବ୍ରୋଞ୍ଜ୍ ଓ ସ୍ପିଡ୍ କିକ୍ ରେ ସିଲଭର୍ ହାସଲ କରିଛନ୍ତି । ବିବେକ୍ ବଡାଇକ୍ ଫାଇଟ୍ ରେ ଗୋଲ୍ଡ ଓ ସ୍ପିଡ୍ କିକ୍ ରେ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ସର୍ବ ମୋଟ୍ ୧୫ ଟି ଗୋଲ୍ଡ ୮ ଟି ସିଲଭରର୍ ଏବ୍ ୫ ଟି ବ୍ରୋଞ୍ଜ୍ ମେଡାଲ ଓ ଫାଷ୍ଟ୍ ରନର୍ସ୍ ଉପ ଟ୍ରଫି ହାସଲ କରିଛନ୍ତି । ଦ ନେଷ୍ଟ୍ ଜେନ୍ ଇନିଷ୍ଟିଚୁ୍ୟଟ ର ଖେଳାଳୀମାନେ ରାଉରକେଲା ଓଡ଼ିଶା କୁ ଗୌରବାନିତ କରିଛନ୍ତି । ଖେଳାଳୀ ମାନେ ରାଉରକେଲା ପହଂଚିବା ମାତ୍ରେ ଅଭିଭାବକ ଖିରୋଦୀନି ବାରିକ ସମସ୍ତଙ୍କୁ ଫୁଲ ତୋଡା ଓ ମିଠା ଦେଇ ସ୍ୱାଗତ ସମ୍ବୋଧନା କରିଥିଲେ । ସେଥିରେ ସାମାଜିକ କାର୍ଯକର୍ତା ଦେବେନ୍ଦ୍ର ବାଗ ସମ୍ବୋଧନା ଜଣାଇ ଦ ନେକଷ୍ଟ୍ ଜେନ୍ ଇଷ୍ଟିଟ୍ୟୁଟ୍ ର ଛାତ୍ରଛାତ୍ରୀ ମାନଙ୍କୁ ଏକ ତାଇକ୍ୱାନଡୋ ଡମି ପ୍ରଦାନ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି । ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ଅଧିକ ରୁ ଅଧିକ ଖେଳ ଉପରେ ଅଭ୍ୟାସ କରି ପାରିବେ । ସମସ୍ତଙ୍କୁ ଉପ ସିଂ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

