ରାଉରକେଲା ୩୧/୮,(ଉତ୍କଳ ସମାଚାର)ମ୍ୟୁନିସିପାଲ ମହାବିଦ୍ୟାଳୟ ରାଉରକେଲା ଆଲମୁନୀ ଆସୋସିଏସନ ର ଏକ ଗୁରୁତ୍ୱପୂର୍ଣ୍ଣ ଆଲମୁନୀ ବୈଠକ କ୍ୟାପଟେନ ସତ୍ୟନାରାୟଣ ରାଉତଙ୍କ ଆହ୍ବାନ କ୍ରମେ ଓ ସଭାପତି ଶ୍ରୀ ସୁନିଲ କୟାଲ ଙ୍କ ଅଧକ୍ଷତାରେ ଅଡିଟୋରିୟମ ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହରିହର ଦାଶ ମୁଖ୍ଯ ଅତିଥି ଭାବେ ରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ବୈଠକ ର ଶୁଭାରମ୍ଭ କରିଥିଲେ। “ଆମ ଗୌରବ ଆମ କଲେଜ ଅଭିଯାନ” ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ପୁରୁଣା ଆଲମୁନୀ କାର୍ଯ୍ୟକାରୀ କମିଟି କୁ ଭଙ୍ଗ କରାଯାଇ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ନୂତନ କମିଟିରେ ସୁନିଲ କୟାଲ- ସଭାପତି, ଭିପୁଲ ହେମାନୀ ଓ ରାଜେଶ ବାନାର୍ଜୀ-ଉପ ସଭାପତି, କ୍ୟାପଟେନ ସତ୍ୟନାରାୟଣ ରାଉତ- ସାଧାରଣ ସମ୍ପାଦକ, ଅଜୟ କୁମାର ପ୍ରଧାନ-ଯୁଗ୍ମ ସାଧାରଣ ସମ୍ପାଦକ, ସୁସାନ୍ତ କୁମାର ପରିଡା- ସହ-ସମ୍ପାଦକ, କିରଣ ଏରିକ ଖାଲକୋ- କୋଷାଧ୍ୟକ୍ଷ ଏବଂ ୧୧ ଜଣ କାର୍ଯ୍ୟକାରୀ କମିଟି ଯଥା: କିଶୋର କୁମାର ଟେଗ୍ରିୱାଲ କାନ୍ତିଲାଲ କୋଠାରୀ, ରାଜେଶ ଖେମକା, ସଞ୍ଜୟ ଅଗ୍ରୱାଲ, ଦିଲ୍ଲୀପ ଶର୍ମା, ରବିନ୍ଦ୍ର ମଲ୍ଲିକ, ଅମରେନ୍ଦ୍ର ରାଉତ, ରାଜଲକ୍ଷ୍ମୀ ଦାସ, ବିକନ ବଳ, ସୁରଜ ତନ୍ତି ଓ ସଞ୍ଜୟ ଚୌଧୁରୀ। ଆଗାମୀ ୨୦୨୮ ବର୍ଷରେ ପଡୁଥିବା କଲେଜ ର ସୂବର୍ଣ୍ଣ ଜୟନ୍ତୀ ପାଳନ ଉପରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ମହାବିଦ୍ୟାଳୟର ଦୀପ୍ତି ରଞ୍ଜନ ମହାନ୍ତି ମହାବିଦ୍ୟାଳୟ ଓ ଆଲମୁନୀ ର ସମ୍ପର୍କ ବିଷୟରେ ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ। ବୈଠକରେ ବିଭିନ୍ନ ବ୍ୟାଚର ଆଲମୁନୀ ମାନେ ଉପସ୍ଥିତ ଥିଲେ ସର୍ବଶ୍ରୀ

