ରାଉରକେଲା:31//8,(ଉତ୍କଳ ସମାଚାର) ସେକ୍ଟର-୧୫ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଓନନ୍ଦ ଉତ୍ସବ ଆଗାମି ୪ ଓ ୫ ତାରିଖରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାଳିତ ହେବାକୁ ଆଜିରପ୍ରସ୍ତୁତି ବୈଠକରେ ବିଧିବଦ୍ଧ ନିଷ୍ପତି ନିଆଯାଇଛି । ଆଜିର ବୈଠକରେ ମନ୍ଦିରପରିଚାଳନା କମିଟିର ଅଧ୍ୟକ୍ଷ ହରିହର ରାଉତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଲେଯେ ମନ୍ଦିରର ସଦସ୍ୟ ମାନେ ଆଧ୍ୟାତ୍ମିକବାଦ, ନିସ୍ୱାର୍ଥପର ଓ ନିଷ୍ଠାବାନ ହେବା ଆବଶ୍ୟକ ।ଏଠି ଆଦେଶ କିମ୍ବା ଉପଦେଶର ଆବଶ୍ୟକତା ନାହିଁ । ମନ୍ଦିରର ସମସ୍ତ ସଦସ୍ୟଙ୍କ ନିଜର ସ୍ୱତନ୍ତ୍ରପରିଚୟ ରହିଛି । ତେଣୁ ଆଗାମି ଜନ୍ମାଷ୍ଠମୀ ଓ ନନ୍ଦ ଉତ୍ସବ ପୂର୍ବ ବର୍ଷ ଭଳି ଆନନ୍ଦମୁଖର ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ବୈଠକରେ କମିଟିର ସଭାପତି ଇଂଉତମ କୁମାର ସାମଲ କହିଲେ ଯେ ଆମେ ସଂସାରର ଚଳନ୍ତି ଠାକୁର ରାଧାକୃଷ୍ଣଙ୍କ ସେବାରେନିଜକୁ ସମପର୍ଣ କରିବାକୁ ଆସିଛେ । ତେଣୁ ଆମର ଧ୍ୟାନ ସେହି ଦିଗରେ ରହିବା ସହିତଆମର ପାରଂପରିକ ପର୍ବ ଆହୁରି ବ୍ୟାପକ ହୋଇପାରିବ ସେଥିପାଇଁ ଉଦ୍ୟମ ଆବଶ୍ୟକାକମିଟିର ଲୋସଂପର୍କ ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଂଯୋଜନାରେଆୟୋଜିତ ବୈଠକରେ ସାଧାରଣ ସଂପାଦକ ବିଗତ ବର୍ଷର କାର୍ଯ୍ୟକ୍ରମ ସହ ଆଗାମି ୪ଓ ୫ ତାରିଖରେ ପାଳିତ ହେବାକୁ ଥିବା ଉତ୍ସବ ସଂପର୍କରେ ସୁଚନା ଓ ନିଜର ମତାମତରଖିଥିଲେ । ଏହି ଅବସରରେ କମିଟିର ବରିଷ୍ଠ ସଦସ୍ୟମାନଙ୍କୁ ବିଭିନ୍ନ ଦାୟୀତ୍ୱ ଅପର୍ଣକରାଯାଇଥିଲା । ଉକ୍ତ ଦୁଇ ଦିନ ଭଜନ, କୀର୍ତନ, ହୋମ ଏବଂ ଜନସାଧାରଣଙ୍କ ପାଇଁ ହରିହାଟପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା କଥା ବିଗତ ବୈଠକରୁ ସ୍ୱଷ୍ଟ ହୋଇଥିଲା । କୃଷ୍ଣଙ୍କ
ଅପୂର୍ବ ଲୀଳା ଏବଂ ତାଙ୍କର ଜନ୍ମ ବେଳର ଦୃଶ୍ୟକୁ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତ, ଓଶୁଭେଚ୍ଛୁ ଆସୁଥିବାରୁ କମିଟି ତରଫରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯିବା ଉପରେଗୁରୁତ୍ୱ ଆରୋପ କରାଯାଇଥିଲା । ଆସନ୍ତା ୫ ତାରିଖରେ ନନ୍ଦ ଉତ୍ସବ ପରିପେକ୍ଷୀରେଦିବା ୧ ଟା ସମୟରୁ ମନ୍ଦିର ପରିସରରେ ହରିହାଟ ଆୟୋଜନ କରାଯିବ ଏବଂ କମିଟିରଅଧ୍ୟକ୍ଷ, ସଭାପତି, କାର୍ଯ୍ୟକାରୀ ସଭାପତି ପ୍ରମୁଖ ତଦାରଖା କରିବେ ବୋଲି ନିଷ୍ପତି
ନିଆଗଲା । ଶେଷରେ କମିଟିର କାର୍ଯକାରୀ ସଭାପତି ଜୟନ୍ତି ଦାସ ଧନ୍ୟବାଦ ଅର୍ପଣକରିଥିଲେ । ବୈଠକରେ ପୁରୁଷୋତମ ବେହେରା, ଗଙ୍ଗାଧର ନାୟକ, ପ୍ରଶାନ୍ତ କୁମାର ସାମଲ(ଅନନ୍ତ), ହେମନ୍ତ କୁମାର ବିଶ୍ୱାଳ, ଶ୍ରୀହରି ବେହେରା, ନିତ୍ୟାନନ୍ଦ ପ୍ରଧାନ, ଅମର ପ୍ରଧାନ,ସତ୍ୟବାନ ପ୍ରଧାନ, ଅର୍ଜୁନ ଚରଣ ଭୂୟାଁ, ଶିବରାମ ପୁହାଣ, ବିଶ୍ୱଜିତ ବିଶ୍ୱାଳ,ସସ୍ମୀତା ଜେନା, ପ୍ରମିଳା ରଣା, ସନ୍ତୋଷ କୁମାର ଦାଶ, ପରିକ୍ଷିତ ମହାରାଣା, ଗୋପଳସ୍ୱାଇଁ, ଶ୍ରୀକାନ୍ତ ମହାନ୍ତି ଏବଂ ମନ୍ଦିରର ପୂଜକ ଗୁରୁ ଚରଣ ନନ୍ଦ, ସୁଶୀଲ କୁମାର ଦାଶ,ମିହିର ରଂଜନ ଦାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତପୋଷଣ କରିଥିଲେ ।

hw-remosaic: 0;
touch: (0.48958337, 0.48958337);
modeInfo: ;
sceneMode: Hdr;
cct_value: 0;
AI_Scene: (0, -1);
aec_lux: 263.7525;
hist255: 0.0;
hist252~255: 0.0;
hist0~15: 0.0;
