ରାଉରକେଲା ୮/୯,(ଉତ୍କଳ ସମାଚାର) ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ଚଢାଉ କରାଯାଇଥିଲା। ଏହି ଚଢାଉ ସମୟରେ ମୋଟ ୧୨ଟି ଅବକାରୀ ମାମଲା ଚିହ୍ନଟ ହୋଇଥିଲା। ଏଥିରେ ୩୩୦ ଲିଟର ଆଇ.ଡି. ମଦ, ୨୨ ଲିଟର ଓ.ଏସ. ମଦ, ୨୧୫୦ ଲିଟର ଫର୍ମେଣ୍ଟେଡ୍ ୱାଶ୍ ଏବଂ ୩୦.୨୫ ବି.ଏଲ. ଡୁପ୍ଲିକେଟ୍ ବିଦେଶୀ ମଦ ଜବତ କରାଯାଇଥିଲା। ଏଥିସହିତ ଓଡି-୧୪ଏସ୍-୩୦୫୬ ପଞ୍ଜିକରଣ ନମ୍ବର ଥିବା ଗୋଟିଏ ସ୍କୁଟିକୁ ମଧ୍ୟ ଜବତ କରାଯାଇଥିଲା। ବେଆଇନ ମଦ ରଖିବା ଏବଂ ପରିବହନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

